ସୁବର୍ଣ୍ଣ ସୁଯୋଗ! ସିଆଇଏସଏଫରେ ଚାକିରି କରିବାକୁ ଚାହୁଁଛନ୍ତି କି ? ହେଡ୍ କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ଜାରି, ତୁରନ୍ତୁ କରନ୍ତୁ ଆବେଦନ
ଆପଣମାନେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ) ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ସିଆଇଏସଏଫ ଆଣି ଦେଇଛି ଆପମମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସିଆଇଏସଏଫରେ ହେଡ୍ କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଆସିଲା ଖୁସି ଖବର । ସିଆଇଏସଏଫରେ ହେଡ୍ କନେଷ୍ଟବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ସିଆଇଏସଏଫର ଅଫିସିଆଲ ୱେବସାଇଟ୍କୁ ଯାଇ ହିଁ ଅନଲାଇନ ଆବେଦନ କରିପାରିବେ
ପଦବୀ ସଂଖ୍ୟା,ଜାଣନ୍ତୁ…
ସିଆଇଏସଏଫ ପକ୍ଷରୁ ମୋଟ ୨୪୯ ପଦବୀ ରହିଥିବା ବେଳେ ମହିଳାମାନଙ୍କ ପାଇଁ ୬୮ ଟି ପଦବୀ ଓ ପୁରୁଷମାନଙ୍କ ପାଇଁ ୧୮୧ ଟି ପଦବୀ ରହିଛି ।
ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା, ଜାଣନ୍ତୁ…
ସିଆଇଏସଏଫରେ ପଦବୀ ଆବେଦନ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଦ୍ୱାଦଶ ବା ପ୍ଲସ୍ ଟୁ ପାସ୍ କରିଥିବା ସହିତ ରାଜ୍ୟ କିମ୍ବା ଜାତୀୟ ସ୍ତରର ସ୍ପୋଟର୍ସ ପ୍ରତିଯୋଗିତାରେ ଭାଗ ନେଇଥିବା ଜରୁରୀ ଅଟେ । ତେବେ ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷ ରୁ ୨୩ ବର୍ଷ ହେବା ଜରୁରୀ ଅଟେ । ଏସଟି/ଏସସି ଏବଂ ଏସଏସସି ବର୍ଗ ପ୍ରାର୍ଥୀମାନଙ୍କ ପାଇଁ ବୟସ ସୀମାରେ ୫ ବର୍ଷ ଏବଂ ଓବିସି ବର୍ଗ ପାଇଁ ୩ ବର୍ଷ ରିହାତି ରହିଛି ।
ଚୟନ ପ୍ରକ୍ରିୟା ଓ ଦରମା, ଜାଣନ୍ତୁ…
ବଛା ହୋଇଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କ ଦରମା ୨୫,୫୦୦ ରୁ ଆରମ୍ଭ କରି ୮୧,୦୦୦ ଟଙ୍କା ମାସିକ ଦରମା ମିଳିବ । ୪ ଟି ପର୍ଯ୍ୟାୟରେ ଚୟନ ପ୍ରକ୍ରିୟା ଶେଷ ହେବ । ଫିଜିକାଲ ସିଲେକ୍ସନ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ, ଟ୍ରାଏଲ ଟେଷ୍ଟ ଆଧାରରେ ପ୍ରାର୍ଥୀମାନଙ୍କ ଚୟନ କରାଯିବ । ଆବେଦନକାରୀମାନଙ୍କୁ ଏଥିପାଇଁ ୧୦୦ ଟଙ୍କା ଶୁଳ୍କ ଦେବାକୁ ପଡିବ । ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।
