ସୁନା ଦୋକାନୀକୁ ଭୁଜାଲିରେ ହାଣି ସୁନା ଲୁଟିନେଲେ ଦୁର୍ବୃତ୍ତ
ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନ ନିସଙ୍ଗପୁର ଛକ ନିକଟରେ ଜଣେ ସୁନା ଦୋକାନୀକୁ ଭୁଜାଲିରେ ହାଣି ସୁନା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଗୁରୁତର ଦୋକାନୀ ପବିତ୍ର ଦାସଙ୍କୁ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଅନନ୍ତ ଗୋପାଳ ଜୁଏଲାରିର ମାଲିକ ପବିତ୍ର, ସ୍ଥାନୀୟ ଛେନାପଦି ଛକଠାରେ ସୁନା ଦୋକାନ ରହିଛି । ଆଜି ସନ୍ଧ୍ଯା ସମୟରେ ଦୋକାନ ବନ୍ଦକରି ନିଜ ବାଇକ ଯୋଗେ ଧନଘରଟୁକୁଣାରେ ଥିବା ନିଜ ଘରକୁ ଯାଉଥିଲେ । ହଠାତ୍ ନିସଙ୍ଗପୁର ଛକଠାରେ ବାଇକରେ ଆସି ୩ଜଣ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ସୁନା ଛଡାଇ ନେବା ସହ ଏକ ଭୁଜାଲିରେ ତାଙ୍କ ପେଟକୁ ମାରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଦେକାନୀ ତଥା ସାଧାରଣ ଲୋକଙ୍କ ମଧ୍ଯରେ ଭୟର ବାତାବରଣ ଦେଖି ବାକୁ ମିଳିଛି । ପୋଲିସର ଖାମଖିଆଲି ମନୋଭାବ ଓ ଢିଲାପଣ କାରଣରୁ ଦୁର୍ବୃତ୍ତମାନେ ଏପରି ସାହସ କରୁଥିବା ଅଭିଯୋଗ କରିଛନ୍ତି ଲୋକେ ।
