ପୁଣି ବଢ଼ିଲା ସୁନା ଦର : ଜାଣନ୍ତୁ ଏହାର କାରଣ ଓ ଆଗକୁ କେମିତି ରହିବ ସୁନା-ରୂପା ଦର
ନୂଆଦିଲ୍ଲୀ : ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି? ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର। ଏଇ କିଛି ଦି ହେବ ବଢ଼ି ଚାଲିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫, ୫୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୦,୬୦୦ ଟଙ୍କା।। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୫,୪୧୦ ରହିଛି ଯାହାକି ଗତ କାଲି ଥିଲା ୫୪,୪୦୦ ଟଙ୍କା। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୬୦, ୪୫୦ ଯାହାର ମୁଲ୍ୟ ଗତ କାଲି ଥିଲା ୫୮,୪୪୦ ଟଙ୍କା ।ଗତ କାଲି ଅପେକ୍ଷା ଦଶ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦାମ ୨ ହଜାର ୧୦ ଟଙ୍କା ବୃଦ୍ଧି ପାଇଛି।
ସେହିପରି ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ମୂଲ୍ୟ ବୃଦ୍ଧି ପାଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୪୧୦ ଟଙ୍କା ଓ ୬୦,୪୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୫୬୦ ଟଙ୍କା ଓ ୬୦,୬୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୫୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୬୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୪୧୦ ଟଙ୍କା ଓ ୬୦,୪୪୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୪,୧୦୦ଟଙ୍କା ରହିଥିବା ନେଇ ସୂଚନା ରହିଛି।
ତେବେ ସୁନା ଦର କ୍ରମାଗତ ବଢ଼ୁଥିବାର କାରଣ ଇସ୍ରାଏଲ-ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ବୋଲି ମଧ୍ୟ କୁହାଯାଉଛି।ନିକଟରେ ଆରମ୍ଭ ହୋଇଥିଲା ଗାଜା ଇସ୍ରାଏଲ ଯୁଦ୍ଧ । ଯୁଦ୍ଧ ଆରମ୍ଭ ହେବା ପରଠାରୁ ସାରା ବିଶ୍ବର ଅର୍ଥନୀତି ଏହାର ପ୍ରଭାବ ପଡ଼ିଛି। ଯାହାର ପ୍ରଭାବ ଭାରତରେ ମଧ୍ୟ ପଡ଼ିଛି।
