ଗୋଧ୍ରା ହିଂସାକାଣ୍ଡ : ଅନ୍ୟତମ ଅଭିଯୁକ୍ତ ରଫିକ୍ ହୁସୈନକୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ : ଗୁୁଜରାଟର ଗୋଧ୍ରା ହିଂସାକାଣ୍ଡର ଅନ୍ୟତମ ଅଭିଯୁକ୍ତ ରଫିକ୍ ହୁସୈନକୁ ଗୋଧ୍ରା କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ରଫିକ୍ ଦୀର୍ଘ ୧୯ ବର୍ଷ ଧରି ଫେରାର ଥିବାବେଳେ ଗତବର୍ଷ ତାକୁ ଗୋଧ୍ରା ପୋଲିସ ଗିରଫ କରିଥିଲା । ରଫିକକୁ ହତ୍ୟା ଓ ହିଂସାକୁ ଉସକାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି ।
ସୂଚନା ଯେ, ରଫିକ୍ ହୁସୈନ୍ ୨୦୦୨ ମସିହାରୁ ଫେରାର ଥିଲା । ଏହି ବର୍ଷ ଫେବ୍ରୁଆରୀ ୨୭ ତାରିଖରେ ଗୋଧ୍ରା ଷ୍ଟେସନରେ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇଦେଇଥିଲେ । ଏହି ଘଟଣାରେ ୫୯ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବାବେଳେ ଅନେକ ଗୁରୁତର ହୋଇଥିଲେ । ଏହାପରେ ଗୁଜୁରାଟରେ ମଧ୍ୟ ୨୦୦୨ରେ ଦଙ୍ଗା ହୋଇଥିଲା । ଦୀର୍ଘ ୧୯ ବର୍ଷ ପରେ ଗିରଫ ହୋଇଥିବା ରଫିକ୍ ହୁସୈନ୍ କହିଥିଲା ଯେ, ଟ୍ରେନର କମ୍ପାର୍ଟମେଣ୍ଟରେ ନିଆଁ ଲଗାଇବାକୁ ପେଟ୍ରୋଲର ବନ୍ଦୋବସ୍ତ କରିବା, ଦଙ୍ଗା ପାଇଁ ଉସକାଇବା ଓ ପୁରା ଷଡଯନ୍ତ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିଲା । ରଫିକ୍ ହୁସୈନ୍ ପ୍ଲାଟର୍ଫରେ ଜଣେ ମଜୁରିଆ ଭାବେ କାମ କରୁଥିଲା । ଘଟଣା ଦିନ ଯେତେବେଳେ ସାବରମତି ଟ୍ରେନ ଆସି ପ୍ଲାଟଫର୍ମରେ ଲାଗିଲା ଏହା ଉପରକୁ ପଥର ମାଡ ସହ ପେଟ୍ରୋଲ ପକାଇବା କାମରେ ସେ ସହଯୋଗ କରିଥିଲା । ହେଲେ ଘଟଣା ପରେ ସେ କେଉଁଆଡେ ଫେରାର ହୋଇଯାଇଥିଲା ।
