ଗୋଧିବସା ବସ୍ତିବାସିନ୍ଦାଙ୍କ ଜିଲାପାଳ ଅଫିସ ପରିସରରେ ମେଳି
ବାଲେଶ୍ୱର : ବାଲେଶ୍ୱର ଜିଲାପ୍ରଶାସନ ପକ୍ଷରୁ ପୌରପରିଷଦର ୨୨ନଂ ୱାର୍ଡରେ ଗୋଧିବସା ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବାପାଇଁ ନୋଟିସ୍ ଦିଆଯାଇଥିଲା । ସରକାରୀ ଜମିରେ ବସ୍ତିବାସିନ୍ଦା ରହୁଥିବାରୁ ପ୍ରଶାସନ ଉକ୍ତ ଅଂଚଳରୁ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବାପାଇଁ ଯୋଜନା କରିଥିଲା । ଫଳରେ ଶୁକ୍ରବାର ସନ୍ଧ୍ୟାରେ ସହ ସହ ବସ୍ତିବାସିନ୍ଦା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇଥିଲେ । ଖବରପାଇ ସଦର ବିଧାୟକ ସ୍ୱରୂପ କୁମାର ଦାସ ପହଂଚି ବସ୍ତିବାସିନ୍ଦା ଓ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳ ଓ ବିଧାୟକ ମିଳିତଭାବେ ବସ୍ତିବାସିନ୍ଦାଙ୍କୁ ଭେଟି ସେମାନଙ୍କ ଦାବିକୁ ଗୁରୁତର ସହ ଗ୍ରହଣ କରି ରାଜ୍ୟସରକାରଙ୍କୁ ଏସମ୍ପର୍କରେ ଅବଗତ କରିବାକୁ ପ୍ରତିଶୃତି ଦେଇଛନ୍ତି । ସୂଚନା ଯେ, ବସ୍ତିବାସିନ୍ଦାମାନେ ସେମାନଙ୍କୁ ଗୋଧିବସାରୁ ଉଚ୍ଛେଦ କରିବାପୂର୍ବରୁ ସରକାରୀ ଯେଜାନାରେ ଘରଡିହ ଯୋଗାଇଦେବାକୁ ଦାବି କରିଆସୁଛନ୍ତି । ଆଲୋଚନା ସମୟରେ ସ୍ଥାନୀୟ ୨୨ନଂ ୱାର୍ଡର ୱାର୍ଡ କାଉନ୍ସିଲର କବିତା ମୁର୍ମୁ ଉପସ୍ଥିତ ରହିଥିଲେ ।
