ଟି-୨୦ରେ ୧୪୦୦୦ ରନ୍ ପୂରଣ କରି ଇତିହାସ ରଚିଲେ ଗେଲ୍
during the 2015 ICC Cricket World Cup match between the West Indies and Zimbabwe at Manuka Oval on February 24, 2015 in Canberra, Australia.
ନୂଆଦିଲ୍ଲୀ : ୟୁନିଭର୍ସ ବସ୍ ନାମରେ ପରିଚିତ କାରବିଆନ ଖେଳାଳି କ୍ରିସ୍ ଗେଲ୍ ଇତିହାସ ରଚିଛନ୍ତି । ସେ ଟି୨୦ କ୍ରିକେଟରେ ୧୪ ହଜାର ରନ୍ ପୂରଣ କରିଛନ୍ତି । ଏହାସହ ୧୪ ହଜାର ରନ୍ କରିଥିବା ପ୍ରଥମ ବ୍ୟାଟସମ୍ୟାନ୍ ହୋଇପାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ସେଣ୍ଟ ଲୁସିଆରେ ଖେଳା ଯାଇଥିବା ତୃତୀୟ ଟି୨୦ରେ ୨୯ ରନ୍ କରି ଗେଲ୍ ଏହି ରେକର୍ଡ ହାସଲ କରିଥିଲେ । ଏହି ମ୍ୟାଚରେ ସେ ୩୮ ବଲରୁ ବିସ୍ଫୋରକ ୬୭ ରନ୍ କରିଥିଲେ । ୨୦୧୬ ପରେ ଗେଲଙ୍କ ଏହା ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ଅର୍ଦ୍ଧଶତକ । ଗେଲଙ୍କ ଏହି ପାଳି ପାଇଁ ଓ୍ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ୬ ଓ୍ୱିକେଟରେ ହରାଇ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୦ରେ କବଜା କରିନେଇଛି । ୪୧ ବର୍ଷୀୟ ଗେଲ୍ ୪୩୧ଟି ଟି୨୦ ଖେଳି ୩୭.୬୩ ଆଭରେଜରେ ୧୪୦୩୮ ରନ୍ କରିଛନ୍ତି । ଏଥିରେ ୨୨ଟି ଶତକ ଓ ୮୭ଟି ଅର୍ଦ୍ଧଶତକ ରହିଛି ।
When the lion roars..? ? #WIvAUS #MissionMaroon pic.twitter.com/L5eDodIR2e
— Windies Cricket (@windiescricket) July 13, 2021
ସେହିପରି ଅନ୍ୟ କାରବିଆନ ଖେଳାଳି କିରନ୍ ପୋଲାର୍ଡ ୫୪୫ ମ୍ୟାଚରୁ ୧୦୮୩୬ ରନ୍ କରିଛନ୍ତି । ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପୂର୍ବତନ ପାକିସ୍ତାନୀ ଅଧିନାୟକ ସୋଏବ ମଲ୍ଲିକ ତୃତୀୟ ସ୍ଥାନରେ ରହିଛି । ସେ ୪୨୫ଟି ମ୍ୟାଚରୁ ୧୦୭୪୧ ରନ୍ କରିଛନ୍ତି । ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ୩୧୦ ଟି୨୦ ମ୍ୟାଚରୁ ୯୯୨୨ ରନ୍ କରିଛନ୍ତି । ଏଥିରେ ୫ ଶତକ ଓ ୭୨ ଅର୍ଦ୍ଧଶତକ ରହିଛି । ବିରାଟଙ୍କ ଆଭରେଜ ରହିଛି ୪୧.୮୬ । ଏହାସହ ସେ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି ।
