ପାକିସ୍ତାନରୁ ଆସିଥିଲା ଗମ୍ଭୀରଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଧମକପୂର୍ଣ୍ଣ ମେଲ୍ ପାକିସ୍ତାନରୁ ଆସୁଥିବା ଜଣାପଡିଛି । ଏଥିସହ ମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ପାକିସ୍ତାନର ବାସିନ୍ଦା ସହିଦ ହମିଦ ନାଁରେ ଥିବା ଏକ ଆକାଉଂଟରୁ ଗୌତମ ଗମ୍ଭୀରଙ୍କୁ ମେଲ୍ ଆସିଥିଲା । ଗମ୍ଭୀରଙ୍କ ସମେତ ଅନ୍ୟ କେତେକ ଲୋକଙ୍କୁ ଆତଙ୍କବାଦୀ ସଂଗଠନ ନାମରେ ଧମକପୂର୍ଣ୍ଣ ମେଲ ମିଳିଥିଲା । ଯାହା ପରେ ଦିଲ୍ଲୀ ପୋଲିସ ଗୁଗୁଲକୁ ଏ ସମ୍ପର୍କରେ ସୂଚନା ମାଗିଥିଲା । ଗୁଗୁଲ ଦେଇଥିବା ସୂଚନା ଅନୁଯାୟୀ ପାକିସ୍ତାନରୁ ଗୌତମ ଗମ୍ଭୀରଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଯାଇଛି ।
ଦିଲ୍ଲୀ ପୋଲିସକୁ ଗୁଗୁଲ ଦେଇଥିବା ସୂଚନା ଅନୁଯାୟୀ ପାକିସ୍ତାନର ଆଇପି ଆହ୍ୟେସ୍ ରୁ ମେଲ୍ ଆସିଥିଲା । ଆଇଏସଆଇଏସ କାଶ୍ମୀର ନାମରେ ତାଙ୍କୁ ମୃତ୍ୟୁ ଧମକ ଦିଆଯାଇଥିବା ନେଇ ଗୌତମ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ବୁଧବାର ତାଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଥିଲା ।
