କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଜାରି ରହିଛି । ଦିନକୁ ଦିନ ନୂଆ ନୂଆ ଉଚ୍ଚତା ଛୁଇଁଚାଲିଛି ତେଲଦର । ଏହି ପରିପ୍ରେକ୍ଷୀରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରେଲ ଲିଟର ପିଛା ଦର ପୁଣି ୩୦ ପଇସା ଓ ଡିଜେଲ ଲିଟର ୩୫ ପଇସା ମହଙ୍ଗା ହୋଇଛି । ଫଳରେ ମାଲକାନଗିରି କାଲିମେଳାରେ ପେଟ୍ରୋଲ ଲିଟର ପିଛା ଦର ୧୧୦ଟଙ୍କା ୪୫ ପଇସା ଓ ଡିଜେଲ ଲିଟର ପିଛା ଦର ୧୦୬ ଟଙ୍କା ୧ ପଇସା ହୋଇଛି । ମାଓ ଅଧ୍ୟୁଷିତ ଏହି ଜିଲାରେ ପେଟ୍ରୋଲର ଦର ୧୦୦ଟଙ୍କାକୁ ଟପି ଯାଇଛି ।
ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ସ୍ଥିର ଥିବାବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅହେତୁକ ଭ୍ୟାଟ୍ ବଢାଇବାରୁ ତୈଳ ଦର ବଢିଥିବା ଉତ୍କଳ ପୋଟ୍ରାଲିୟମ ଡିଲର୍ସ ଆସୋସିଏସନ ପକ୍ଷରୁ କୁହାଯାଇଛି। ସେପଟେ ସାଧାରଣ ଲୋକ କିନ୍ତୁ ତୈଳ ଦର ବୃଦ୍ଧିକୁ ବିରୋଧ କରିଛନ୍ତି । କରୋନାକୁ ନେଇ ସମସ୍ତେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଭଳି କରିବା ଠିକ ନୁହେଁ ବୋଲି ସାଧାରଣ ଲୋକେ କହିଛନ୍ତି ।
