ଗାଙ୍ଗପୁର ଥାନାକୁ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ଶ୍ରେଷ୍ଠ ମାନ୍ୟତା
ଗଞ୍ଜାମ : ଗଞ୍ଜାମ ଜିଲାର ଗାଙ୍ଗପୁର ଥାନା ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗାଙ୍ଗପୁର ଥାନାକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଲକ୍ଷ୍ନୌ ସ୍ଥିତ ଡ଼ିଜିପି ସମ୍ମିଳନୀ କକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାଙ୍ଗପୁର ଥାନା ଆଇଆଇସି ଧିରେଶ ଦାସଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି । ଏହା ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲା ପାଇଁ ଗୌରବର ବିଷୟ ।
ପ୍ରକାଶ ଥାଉ କି, ଅତିରିକ୍ତ ଡିଜିଙ୍କ ମାଧ୍ୟମରେ ଗଞ୍ଜାମ ଏସପି ବ୍ରିଜେଶ ରାୟଙ୍କୁ ଏନେଇ ପତ୍ର ମାଧ୍ୟମରେ ପୂର୍ବରୁ ଜଣାଇ ଦିଆଯାଇଥିଲା । ଅନ୍ୟପକ୍ଷରେ ଗାଙ୍ଗପୁର ଥାନାକୁ ଏହି ସମ୍ମାନ ମିଳିବା ପରେ ଥାନା ଆଇଆଇସିଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ ।
