ବିପଦରେ ଗଜରାଜ ! ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ
ଧର୍ମଗଡ : କଳାହାଣ୍ଡି ଜିଲାରେ ଏବେ ବିପଦରେ ଗଜରାଜ । ଦିନକୁ ଦିନ ଜିଲାରେ ଗଜରାଜଙ୍କ ମୃତ୍ୟୁ ହେବା ବନ ବିଭାଗର କାର୍ଯ୍ୟକାରିତା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ଶନିବାର ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି ।
କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ବାଗପୁର ଗାଁର ପାଣି ଟାଙ୍କି ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ହାତୀଟିର ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ଚିହ୍ନ ଦେଖିବାକୁ ମିଳିଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗଜରାଜଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବନବିଭାଗ ସୂଚନା ଦେଇଛି । ସୂଚନା ଯେ, ଗତ ୯ ତାରିଖରେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟ ହୋଇଥିବା ବେଳେ ଶନିବାର ମଧ୍ୟ ଏକ ହାତୀର ମୃତ୍ୟୁ ହୋଇଛି ।
