ସଂକଟରେ ଗଜରାଜ ! ପୁଣି ୨ଟି ହାତୀର ମୃତଦେହ ଠାବ
କୁଚିଣ୍ଡା : ସଂକଟରେ ଗଜରାଜ । ରାଜ୍ୟରେ ପୁଣି ହାତୀ ମୃତ୍ୟୁ । ପୁଣି ୨ଟି ହାତୀର ମୃତଦେହ ଠାବ । ସମ୍ବଲପୁର ଜିଲା ବାମରା ବନଖଣ୍ଡ ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲରୁ ଗୋଟିଏ ମାଈ ହାତୀ ଓ ଗୋଟିଏ ଦନ୍ତାହାତୀର ମୃତଦେହ ମିଳିଛି । ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବଡ଼ରମା ରେଞ୍ଜ ଭୂତେଲ ସେକ୍ସନ ତିଲେଇମାଲ ନିକଟରେ ଗୋଟିଏ ଦନ୍ତା ଓ ଗୋଟିଏ ମାଇ ହାତୀ ପଡିଥିବାର ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲା । ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଧାନରେ ଦିଆଯାଇଥିବା କୀଟନାଶକ ଖାଇ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବନବିଭାଗ । ବ୍ୟବଚ୍ଛେଦ ରିପୋର୍ଟରୁ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଇଛି ।
ସୂଚନା ଯେ, ଗତ ବୁଧବାର ଦୁଇ ହାତୀ ଧାନ ଫସଲ ଖାଇବାକୁ ଆସିଥିଲେ। କ୍ଷେତରେ କୀଟ ନାଶକ ପଡ଼ିଥିବା ବେଳେ ହାତୀ ଦୁଇଟି ଏହି ଫସଲ ଖାଇଥିଲେ। ବିଷକ୍ରିୟା ଯୋଗୁ ହାତୀ ଦୁଇଟିର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଗୁରୁବାର ସକାଳେ ହାତୀ ଦୁଇଟି ମରିପଡ଼ିଥିବା ଗାଁ ଲୋକେ ଦେଖିଥିଲେ। ଏନେଇ ଖବର ଦେବାପରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
