ଋଷ ଉପରେ ଅଧିକ କଟକଣା ଲାଗୁ କରିବ ଜି-୭
ନୂଆଦିଲ୍ଲୀ : ୟୁକ୍ରେନ-ଋଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଯୁଦ୍ଧକୁ ବନ୍ଦ କରିବା ପଇଁ ଦୁଇ ଦେଶ ମଧ୍ୟରେ ୪ ଥର ବୈଠକ ହୋଇଥିଲେ ମଧ୍ୟ ବାହାରୁନି କୌଣସି ନିଷ୍କର୍ସ । ଏହି ଯୁଦ୍ଧରେ ଆଣବିକ ପରମାଣୁ ବୋମାର ବ୍ୟବହାରକୁ ନେଇ ବଡୁଛି ଆଶଙ୍କା । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି, କିନ୍ତୁ ବର୍ତ୍ତମାନ ଏହି ଯୁଦ୍ଧ କେବେ ଶେଷ ହେବ ତାହାର ଉତ୍ତର ମଧ୍ୟ ନାହିଁ । ଦିନକୁ ଦିନ ୟୁକ୍ରେନର ଅବସ୍ଥା ଖରାପ ହେବାରେ ଲାଗିଛି । ଋଷ ମଧ୍ୟ ସମଗ୍ର ବିଶ୍ୱ ରୁ ବିଚ୍ଛିନ୍ନ ହୋଇଛି । ଏହି ପର୍ଯ୍ୟାୟରେ ବର୍ତ୍ତମାନ ଜି-୭ ର ନେତାମାନେ ପୁଟିନଙ୍କ ବିରୋଧରେ କଠୋର ମନୋଭାବ ମଧ୍ୟ ଗ୍ରହଣ କରିଛନ୍ତି।
ଜି -୭ ର ବୈଦେଶିକ ମନ୍ତ୍ରୀମାନେ ଏକାଠି ହୋଇ ଋଷକୁ ଏକ ବଡ ବାର୍ତ୍ତା ଦେଇଛନ୍ତି । ଏହା ସ୍ପଷ୍ଟ ହୋଇଛି ଯେ ୟୁକ୍ରେନରେ ଯୁଦ୍ଧ କରି ଭୁଲ କରିଛି ଋଷ । ସେଥିପାଇଁ ଋଷ ଦୋଷୀ ଦାୟୀ ରହିବ। ଏହା ଉପରେ ମଧ୍ୟ ଜୋର ଦିଆଯାଇଛି ଯେ ୟୁକ୍ରେନ ସହିତ ଯୁଦ୍ଧ କେବଳ ବିନା କାରଣରେ ଉତ୍ତେଜିତ କରିବା ଉଦ୍ଦେଶ୍ୟରେ ଋଷ ଦ୍ୱାରା ଆରମ୍ଭ ହୋଇଥିଲା, ଯାହା ଅନେକ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରି ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଦେଶ ଛାଡିବାକୁ ବାଧ୍ୟ କରିଥିଲା । ଏହି ବୈଠକରେ ଋଷକୁ ଚେତାବନୀ ଦିଆଯାଇଛି ଯେ ତୁରନ୍ତ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଅନୁସରଣ କରିବା ଉଚିତ । ଯେଉଁଥିରେ ଯୁଦ୍ଧ ବନ୍ଦ ହେବ ବୋଲି କୁହାଯାଇଛି। ଏହା ବ୍ୟତୀତ ଋଷ ମଧ୍ୟ ଯଥାଶୀଘ୍ର ୟୁକ୍ରେନରୁ ସେନା ପ୍ରତ୍ୟାହାର କରିବା ଉଚିତ ବୋଲି କୁହାଯାଇଛି ।
ଏହା ମଧ୍ୟ ଜୋର ଦିଆଯାଇଛି ଯେ ଜି -୭ ଦେଶ ଦ୍ୱାରା ଋଷ ଉପରେ ଅଧିକ କଟକଣା ଲାଗୁ କରାଯିବ ଏବଂ ମଲଡୋଭା ପରି ଦେଶକୁ ସହାୟତା ପ୍ରଦାନ କରାଯିବ । ଯେ ଏହି ସମୟରେ ୟୁକ୍ରେନରୁ ସ୍ଥାନାନ୍ତରିତ ଅନେକ ନାଗରିକ ମୋଲଡୋଭାରେ ଆଶ୍ରୟ ନେଉଛନ୍ତି । ଏପରି ପରିସ୍ଥିତିରେ, ସେହି ଛୋଟ ଦେଶ ଉପରେ ବହୁତ ଚାପ ରହିଛି, ସେଥିପାଇଁ ଜି -୭ ଦେଶଗୁଡିକ ମୋଲଡୋଭାକୁ ସାହାଯ୍ୟ କରିବା କଥା କହୁଛନ୍ତି । ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପର୍ଯ୍ୟନ୍ତ ମନ୍ଥର ହୋଇନାହିଁ । ୨୨ ଦିନ ବିତିଗଲାଣି, ଅନେକ ପର୍ଯ୍ୟାୟ ଆଲୋଚନା ମଧ୍ୟ ହୋଇଛି, କିନ୍ତୁ କିଛି ବିକ୍ଳପ ବାହାରିପାରୁନାହିଁ ।
