ଆଜି ଶ୍ରୀଜିଉଙ୍କୁ ଲାଗିହେବ ଫୁଲୁରୀ ତେଲ
ପୁରୀ : ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବଡ଼ ଠାକୁରଙ୍କୁ ଲାଗିହେବ ଫୁଲୁରୀ ତେଲ। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ତେଲ ଯୋଗାଇ ଦିଆଯାଏ। ମହାପ୍ରଭୁଙ୍କ ଗୁପ୍ତ ନୀତିରେ ନିୟୋଜିତ ଦଇତାପତି ସେବାୟତ ଏହି ସ୍ୱତନ୍ତ୍ର ତେଲକୁ ଶ୍ରୀଅଙ୍ଗରେ ଲାଗି କରିବେ।
ଆୟୁର୍ବେଦୀୟ ଉପଚାରରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଚଳିତବର୍ଷ ୧୫ ଦିନ ପାଇଁ ଅଣସର ନୀତି ପାଳନ ହେବ । ଏବେ ମହାପ୍ରଭୁଙ୍କ ତାଟି ଘରେ ଧଳା ଫୁଲ ଓ ଏକବସ୍ତ୍ର ପରିଧାନ ସହ ଫଳମୂଳ ଭୋଗ ଲାଗି କରାଯାଉଛି। ଆଜି ଶ୍ରୀଅଙ୍ଗ ଫିଟା ନୀତି କରାଯାଉଛି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସଂଧ୍ୟା ଧୂପ ପରେ ଦଇତାପତି ସେବାୟତମାନେ ଏବେ ନୀତି ସଂପାଦନ କରିବେ।
