ମହାପ୍ରଭୁଙ୍କ ଗୁପ୍ତ ସେବା ପାଇଁ ଶ୍ରୀମନ୍ଦିରକୁ ଆସିଲା ଫୁଲରି ତେଲ
ପୁରୀ : ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରରେ ପଡ଼ି ଅସୁସ୍ଥ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତସେବା। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଅଣସରକାଳୀନ ଗୁପ୍ତନୀତି ସଂପାଦନ କରୁଛନ୍ତି। ଏକବସ୍ତ୍ର ହୋଇ ଅଣସର ବାସଠାରୁ ଦୈନିନ୍ଦିନ ଚକଟା ଭୋଇ ଓ ଅନ୍ୟାନ୍ୟ ନୀତି ସଂପାଦନ କରୁଛନ୍ତି। ଶ୍ରୀଅଙ୍ଗରେ ଲାଗି ହେବା ପାଇଁ ବିଭିନ୍ନ ପ୍ରକାର ଚେରମୂଳିରୁ ପ୍ରସ୍ତୁତ ଓଷଧ ଯୋଗାଇ ଦିଆଯାଉଛି। ବଡ଼ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇଛି।
ମହାପ୍ରଭୁଙ୍କ ଅଣସରରେ ଗୁପ୍ତ ସେବା ପାଇଁ ଫୁଲରି ତେଲ ଆସିଛି । ବଡ଼ ଓଡ଼ିଆ ମଠ ପକ୍ଷରୁ ଶ୍ରୀମନ୍ଦରକୁ ଫୁଲରି ତେଲ ଯୋଗାଇ ଦିଆଯାଇଛି । ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ଶ୍ରଅଙ୍ଗରେ ଲାଗି ହେବ । ଦଇତାପତି ସେବାୟତଙ୍କ ଦ୍ୱାରା ଏହି ନୀତି ସଂପାଦିତ ହେବ ।
