ସୀମାନ୍ତ ଗ୍ରାମୀଣ ମହୋତ୍ସବ ଉଦ୍ଯାପିତ- ମହୋତ୍ସବ ଦ୍ୱାରା ଲୁକ୍କାୟିତ ପ୍ରତିଭା ଓ ଆଂଚଳିକ ଲୋକ ସଂସ୍କୃତିର ହୁଏ ବିକାଶ
ଜଳେଶ୍ୱର : ଦୁଇବର୍ଷ କରୋନାର ସଂକ୍ରମଣ ଯୋଗୁଁ ଜଳେଶ୍ୱରର ସମସ୍ତ ମହୋତ୍ସବ କାର୍ଯ୍ୟକ୍ରମ ବନ୍ଦ ଥିବା ବେଳେ ଚଳିତବର୍ଷ ୨୪ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖରେ ଶେଷ ହୋଇଛି । ଉପାନ୍ତ ଅଂଚଳର ଭାଷା, ସଂସ୍କୃତି, ସାହିତ୍ୟ ଓ ପରମ୍ପରର ଜାଗ୍ରତ ପ୍ରହରୀ ଭଳି ମହୋତ୍ସବ କାର୍ଯ୍ୟ କରିଥାଏ ବୋଲି ୮ ଦିନ ବ୍ୟାପି ଉତ୍ସବରେ ମତପ୍ରକାଶ ପାଇଛି । ଗତ ୩୧ ତାରିଖ ସୀମାନ୍ତ ଗ୍ରାମୀଣ ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ଜଳେଶ୍ୱର ବ୍ଲକ ରକ୍ତଦାତା ସଂଘର ସଭାପତି ଡ. ଅଜିତ୍ କୁମାର ମହାନ୍ତି ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ରଖିଥିଲେ । ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ମହାମେଘ ବାହନ ଐର ଖାରବେଳ ସ୍ୱାଇଁ ଯୋଗ ଦେଇ କୌଣସି ଅଂଚଳର ଲୁକାୟିକ ପ୍ରତିଭା ମହୋତ୍ସବ ମାଧ୍ୟମରେ ପରିପ୍ରକାଶ ଘଟିଥାଏ । ଫଳରେ ସେ ଅଂଚଳର କୁନି ଛାତ୍ରଛାତ୍ରୀଙ୍କ ନାଚ, ଗୀତ, ମହିଳା ମାନଙ୍କ ସ୍ୱାବଲମ୍ବନ, ହସ୍ତ ଶିଳ୍ପ ଏବଂ କୃଷକ ମାନଙ୍କ ବିଭିନ୍ନ କୃଷି ଓ ସଫଳତା ପ୍ରତିପାଦିତ ହୋଇଥାଏ । ପୁଣି ସେ ଅଂଚଳର ବିଭିନ୍ନ ଲୋକ କଥା, ଗୀତି, ନୃତ୍ୟ, ସଂଳାପ ଇତ୍ୟାଦି ଲୋକ ଲୋଚନକୁ ଆସିପାରେ ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ଜିଲା ରକ୍ତଦାତା ସଂଘର ସଂପାଦକ ଇଂ ଡ. ହୃଷିକେଶ ସାହୁ, ସମ୍ମାନୀତ ଅତିଥି ପୂର୍ବତନ ପୌର ଅଧ୍ୟକ୍ଷ ପ୍ରବୀର କୁମାର ପ୍ରଧାନ, ବରିଷ୍ଠ ଆଇନ୍ଜିବୀ ରାମଚନ୍ଦ୍ର ଜେନା, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁଶାନ୍ତ ବେହେରା, ଆଇନ୍ଜିବୀ ପତିତପାବନ ପ୍ରଧାନ ଓ ଟଙ୍କଧର ମହାପାତ୍ର ପ୍ରମୁଖ ମହୋତ୍ସବର ଉଦ୍ଦେଶ୍ୟ ଓ ସେ ଅଂଚଳର ବିକାଶରେ ମହୋତ୍ସବର ଭୂମିକା ସଂପର୍କରେ କହିଥିଲେ । ୨୭ ତାରିଖ ଶିକ୍ଷା ଦିବସ ଅବସରରେ ଆୟୋଜିତ ସଭାରେ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଅଧ୍ୟକ୍ଷତା କରିଥିବା ବେଳେ ସାଂସଦ ପ୍ରତାପଚନ୍ଦ୍ର ଷଢଙ୍ଗୀ ମୁଖ୍ୟ ଅତୀଥିଭାବେ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ସାଂସ୍କୃତିକ ଉତ୍ସବ ଦ୍ୱାରା ସେ ଅଂଚଳର ବିକଶିତ ପ୍ରତିଭାଧରକଙ୍କ ଚିହ୍ନଟ ହୋଇଥାଏ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ଓଷ୍ଟାର ଜିଲା ସଭାପତି ବାଦଲ ଚନ୍ଦ୍ର ପାତ୍ର, ଅଧ୍ୟାପକ ପ୍ରିୟବ୍ରତ ପଣ୍ଡା, ରାଜେନ୍ଦୁ ବିକାଶ ପାତ୍ର, ଓଷ୍ଟା ବ୍ଲକ ସଭାପତି ସୁକୁମାର ମିଶ୍ର, ସସ୍ମିତାରାଣୀ ପାତ୍ର, ବଂଶୀଧର ବାରିକ ଓ ଡ. ଅଜିତ୍ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ୨୮ ତାରିଖ ସଂଧ୍ୟାରେ ଅଶୋକ କୁମାର ଦାସ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ପୂର୍ବତନ ଅଧ୍ୟକ୍ଷ ଡ. ଈଶ୍ୱର ଚନ୍ଦ୍ର ଜେନା, ମୁଖ୍ୟବକ୍ତାଭାବେ ସ୍ତମ୍ଭକାର ସୁଦର୍ଶନ ଦାସ, ବ୍ରଜମୋହନ ପ୍ରଧାନ, ସିତାଂଶୁ ସେନାପତି, ଅରୁଣ କୁମାର ବେଜ, ସଂଗ୍ରାମ କେଶରୀ ପରିଡା, ସାମ୍ବାଦିକ ଦ୍ୱାରକେଶ ପ୍ରସାଦ ପଟ୍ଟନାୟକ, ପ୍ରାଣକୃଷ୍ଣ ଗିରି, ଚନ୍ଦନ କୁମାର ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ୨୯ ତାରିଖ ସଂଧ୍ୟାରେ ମହୋତ୍ସବ କମିଟି ସଭାପତି ସୁନିଲ କୁମାର ନାୟକ ସଭାପତିତ୍ୱ ୍କରିଥିଲେ । ଏଥିରେ ଡ. ଲଳିତ ରଂଜନ ସେନାପତି, ଡ. ରଜନୀକାନ୍ତ ଭୂୟାଁ, କଳମାକାନ୍ତ ଚନ୍ଦ, ମୂରଲିମୋହନ ପ୍ରଧାନ କୁଂଜ ବିହାରୀ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପରିଡା ଓ ସତ୍ୟବତୀ ଗିରି ବକ୍ତବ୍ୟ ରଖିଥିଲେ । ପ୍ରତିଦିନ ଏହି ମଂଚଳରେ ଗୁଣି, ଜ୍ଞାନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଦିନ ସେ ଅଂଚଳର ଶହ ଶହ ଲୋକେ ଏହି ଉତ୍ସବରେ ଯୋଗ ଦେଇଥିଲେ ।
