ଆଜି ଠାରୁ ଓଡ଼ିଶା ପୋଲିସର ଜରୁରିକାଳୀନ ସହାୟତା ନମ୍ବର ୧୧୨
ଭୁବନେଶ୍ୱର : ଓଡ଼ିଶା ପୋଲିସର ଜରୁରିକାଳୀନ ସହାୟତା ଟେଲିଫୋନ ନମ୍ବର ୧୧୨ ଆଜି ଠାରୁ କାର୍ଯ୍ୟକାରୀ କରାଯାଇଛି । ପୂର୍ବରୁ ରାଜ୍ୟବାସୀ ଜରୁରୀ ଆବଶ୍ୟକତା ସମୟରେ ପୋଲିସ ସହାୟତା ପାଇଁ ‘୧୦୦’କୁ ଡାଏଲ କରୁଥିଲେ। ମାତ୍ର ଆଜି ଠାରୁ ସେହି ନମ୍ବର ପରିବର୍ତ୍ତନ କରାଯାଇ ‘୧୧୨’ କରାଯାଇଛି। ଏଣିକି ଜନସାଧାରଣ ୧୧୨ ନମ୍ବରକୁ ଡାଏଲ କରି ଜରୁରି ସମୟରେ ପୋଲିସର ସହାୟତା ଲୋଡିପାରିବେ।
