ଆଜି ଠାରୁ ବିନା ଦର୍ଶକରେ ବିଡବ୍ଲୁଏଫ୍ ଓଡ଼ିଶା ଓପନ୍-୨୦୨୨
କଟକ : ଆଜି ଠାରୁ ବିଡବ୍ଲୁଏଫ୍ ଓଡ଼ିଶା ଓପନ ଅନ୍ତର୍ଜାତୀୟ ବ୍ୟାଡ୍ମିଂଟନ ଟୁର୍ଣ୍ଣାମେଂଟ-୨୦୨୨ ଆରମ୍ଭ ହେବ । କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଏହି ମ୍ୟାଚ୍ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କରୋନା ଗାଇଡ୍ଲାଇନ୍ ପାଳନ କରି ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଂଟରେ ବିନା ଦର୍ଶକରେ ଅନୁଷ୍ଠିତ ହେବ ।
ଏହି ଟୁର୍ଣ୍ଣାମେଂଟରେ ଦେଶ ବିଦେଶରୁ ୩ ଶହ ଖେଳାଳି ଓ ୨ ଶହ ଅଫିସିଆଲ ଭାଗ ନେବେ । ଓଡିଶାର ୫ ଜଣ ଖେଳାଳି ମଧ୍ୟ ଏହି ମେଗା ପ୍ରତିଯୋଗୀତାରେ ଭାଗ ନେବେ । ଭୁବନେଶ୍ୱରରେ ଖେଳାଳିମାନେ ରହି କଡା ସୁରକ୍ଷା ବଳୟରେ କଟକରେ ମ୍ୟାଚ ଖେଳିବେ । ବିନା ଦର୍ଶକରେ ବାୟୋବବୁଲ ବ୍ୟବସ୍ଥା ମଧ୍ୟରେ ମ୍ୟାଚ ଖେଳାଯିବ । ଏଥି ପାଇଁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୫ଟି କୋର୍ଟ ହୋଇଛି । ଏହି ଟୁର୍ଣ୍ଣାମେଂଟ ଓଡିଶା ପାଇଁ ଲାଭବାନ ହେବ ବୋଲି ଆଶା କରାଯାଉଛି । ଏହି ମେଗା ଟୁର୍ଣ୍ଣାମେଂଟ ରାଜ୍ୟ ସରକାର ଓ ବିଶ୍ୱ ବ୍ୟାଡ୍ମିଂଟନ ମହାସଂଘ (ବିଡବ୍ଲୁଏଫ୍)ଙ୍କ ଦ୍ୱାରା ଜାରି କୋଭିଡ ଗାଇଡଲାଇନ୍ ଓ କଡା କଟକଣା ମଧ୍ୟରେ ବିନା ଦର୍ଶକରେ ଖେଳାଯିବ । ଓଡିଶା ପ୍ରଥମ ଥର ପାଇଁ ଏହି ଇଭେଂଟ ଆୟୋଜନ କରୁଛି । ଆହ୍ୱାନପୂର୍ଣ୍ଣ ସମୟରେ ଏହି ଟୁର୍ଣ୍ଣାମେଂଟ ଖେଳାଯାଉଥିବାରୁ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳି ଓ ଅନ୍ୟ ସଦସ୍ୟଙ୍କୁ ସୁରକ୍ଷିତ ଓ ନିରାପଦ ପରିବେଶ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଜି ସମସ୍ତ ଅଂଶଗ୍ରହଣକାରୀ ଖେଳାଳି ଓଡିଶାରେ ପହଂଚିବାର ସୂଚନା ରହିଛି । ସୂଚନା ଯେ, ବିଡବ୍ଲ୍ୟୁଏଫ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ଏପରି ଏକ ସମ୍ମାନଜନକ ଟୁର୍ନାମେଂଟ ଅୟୋଜନ ହେବାକୁ ଯାଉଛି । ଟୁର୍ନାମେଂଟକୁ ଆଗାମୀ ବଡ଼ ଦୃଷ୍ଟିରେ ରଖି ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମ ଭେନ୍ୟୁର ଉନ୍ନତୀକରଣ କରାଯାଇଛି । ଖେଳାଳି ୩ ଅଫିସିଆଲଙ୍କୁ ସ୍ୱାଗତ କରିବାକୁ ସେମାନେ ଏବଂ ଯେପରି ସ୍ମରଣୀୟ ସ୍ମୃତି ନେଇ ଫେରିବେ ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ରାଜ୍ୟ କ୍ରିଡା ବିଭାଗ ସୂଚନା ଦେଇଛନ୍ତି ।
