ଆଜି ଠାରୁ ସାମାଜିକ ଦୂରତା ଓ ମାସ୍କ ନପିନ୍ଧିଲେ ଦୋକାନ ହେବ ସିଲ୍
ଭୁବନେଶ୍ୱର : ରାଜ୍ୟରେ ବଢୁଛି ମହାମାରୀ କରୋନା ସଂକ୍ରମଣ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ମଧ୍ୟ ବଢି ଚାଲିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ କିଛି କଟକଣା ଜାରି ହୋଇଛି । ଏଥିପାଇଁ ପୂର୍ବବର୍ଷର ରଣକୌଶଳ ଆପଣାଇଛି ବିଏମ୍ସି । ଯଦି କେହି କଟକଣା ନମାନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଆଜିଠାରୁ ହାଟ ଓ ବଜାରରେ ବିକେନ୍ଦ୍ରୀକରଣ ଲାଗୁ ହେବ କଟକଣା । ଏହି ସବୁ ସ୍ଥାନରେ ମାନିବାକୁ ପଡିବ ସମାଜିକ ଦୂରତା । ମୁହଁରେ ମାସ୍କ ନଥିଲେ ସିଲ୍ ହେବ ଦୋକାନ । ଖାସ୍ କରି ଡୁମୁଡୁମା, ପଟିଆ, ଡମଣା, ୟୁନିଟ-୪, ୟୁନିଟ -୧, ୟୁନିଟ-୨ ସମେତ ବିଭିନ୍ନ ସ୍ଥାନରେ ଥିବା ମାର୍କେଟରେ କଡାକଡି କରାଯିବ କଟକଣା । ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ନିର୍ଦେଶ ଦେଲେ ବିଏମସି କମିଶନର । ସେହିପରି ଆଜିଠାରୁ ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବ୍ଲୁ ହ୍ୱିଲ୍ କୋଭିଡ଼ ହସ୍ପିଟାଲ ମଙ୍ଗଳବାର ଠାରୁ କାର୍ଯ୍ୟକ୍ଷମ ହେବ । ଏହାପରେ ଖୁବଶୀଘ୍ର ସ୍ପର୍ଶ ଓ କିମ୍ସ କୋଭିଡ଼ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । କିମ୍ସ କୋଭିଡ଼ ହସ୍ପିଟାଲରେ ପ୍ରସ୍ତୁତ ହେବ ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ।
