ବିରଜା କୃପା ସାହିତ୍ୟ ପରିବାର ପକ୍ଷରୁ ବନ୍ଧୁ ମିଳନ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର : ଯାଜପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବିରଜା କୃପା ସାହିତ୍ୟ ପରିବାର ପକ୍ଷରୁ ଏକ ବନ୍ଧୁ ମିଳନ, କବିତା ଆସର, ତଥା ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅବଦଲପୁର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ବୈଦ୍ୟନାଥ ପଣ୍ଡାଙ୍କ ଆହ୍ୱାନକ୍ରମେ ଏହି ସଭା ଆୟୋଜିତ କରାଯାଇଥିଲା । ଉକ୍ତ ସଭାରେ ସଭାନେତ୍ରୀ ବିଦ୍ୟୁତପ୍ରଭା ମିଶ୍ର ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ପଣ୍ଡିତ ଭୂପତିଭୂଷଣ ମିଶ୍ର, ଦିନଚର୍ଯ୍ୟାର ସମ୍ପାଦକ ତପନ ମହାରଣ୍ୟ ଶର୍ମା, ବିନୋଦିନୀ ଦାସ, ବିରଂଜିନାରାୟଣ ଧଳ, ଉପ-ସଭାପତି ସତ୍ୟରଂଜନ ସ୍ୱାଇଁ, ସହ-ସମ୍ପାଦିକା ଅନୁପମା ରଣା, ସଂଗଠନ ସମ୍ପାଦକ ପ୍ରମୋଦ କୁମାର ନାୟକ ଆଦି ଅଂଶଗ୍ରହଣ କରି ଆସନ୍ତା ଫେବୃୟାରୀ ମାସରେ ବାର୍ଷିକ ଉତ୍ସବ ପାଳନ କରିବାକୁ ସ୍ଥିର କରାଯିବା ସହ ବିଭିନ୍ନ ବିଷୟ ଉପରେ ଆଲୋକପାତ କରାଯାଇଥିଲା । ଏହି ଆଲୋଚନାରେ କବି ତଥା କାର୍ଯ୍ୟକାରୀ କମିଟିର ସଭ୍ୟ ଜିତେନ୍ଦ୍ର ବେହେରା, ପ୍ରଭାତ ମଲ୍ଲିକ, ଅନୁସୟା ମଲ୍ଲିକ, ମିତା ଦାଶ, ସ୍ନେହଲତା ବିଶ୍ୱାଳ, ସୌଦାଗର ବିଶ୍ୱାଳ, ପ୍ରଦୀପ୍ତ ଦାସ, କରୁଣାକର ମଲ୍ଲିକ, ଶରତ କୁମାର ସାମଲ, ଆଶାଲତା ନନ୍ଦ ପ୍ରମୁଖ କବି, କବୟିତ୍ରୀମାନେ ଯୋଗଦେଇ ଅନୁଷ୍ଠାନର ବାର୍ଷିକ ଉତ୍ସବ କିଭଳି ସରସ ସୁନ୍ଦର କରାଯାଇପାରିବ ତାହା ଉପରେ ନିଜର ମତ ପୋଷଣ କରିଥିଲେ । ଏହି ଅବସରରେ ଏକ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା । ବହୁ କବି ଓ କବୟିତ୍ରୀ ମାନେ ସ୍ୱ-ରଚିତ କବିତା ଆବୃତ୍ତି କରିବା ସହ କବିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା । ନୂତନ ବର୍ଷ ଆଗମନ ଅବସରରେ ଏହି ବନ୍ଧୁମିଳନ କାର୍ଯ୍ୟ ସମାପନ କରାଯିବା ସହ ବନ ବିହାର କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସହ-ସମ୍ପାଦିକା ଧନ୍ୟବାଦ ଅର୍ପଣ କରିଥିଲେ ।
