ହର୍ଷ ଉଲ୍ଲାସ ସହିତ ପାଳନ ହେଲା ସ୍ଵାଧୀନତା ସଂଗ୍ରାମୀ ସହିଦ ଗଣେଶ ଉପାଧ୍ୟାୟ ଙ୍କର ୨୧୪ ତମ ଜନ୍ମ ଜୟନ୍ତୀ
ଝାରସୁଗୁଡା : ସ୍ଥାନୀୟ ମେଘଦୂତ ହଟେଲ ପରିସରରେ ୟଙ୍ଗ ଷ୍ଟାରସ ଚେରିଟେବୁଲ ଟ୍ରଷ୍ଟ ଓ ସହିଦ ଗଣେଶ ଉପାଧ୍ୟାୟ ସ୍କୃତି ଚାରଣ କମିଟିର ମିଳିତ ଆନୁକୂଲ୍ୟରେ ସ୍ଵାଧୀନତା ସଂଗ୍ରାମୀ ସହିଦ ଗଣେଶ ଉପାଧ୍ୟାୟ ଙ୍କର ୨୧୪ ତମ ଜନ୍ମ ଜୟନ୍ତୀ କୁ ହର୍ଷ ଉଲ୍ଲାସ ସହିତ ପାଳିତ ହୋଇ ଯାଇଛି।ଏହି ଉତ୍ସବ ଅବସରରେ ତପିରାମ ମାଝୀ,ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ବ୍ୟବସ୍ଥାପକ ଜିଲ୍ଲା ପରିଷଦ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡିଶା ସଶସ୍ତ୍ର ବାହିନୀ ର ଦୁର୍ଗପତି ଆଶିଷ ଦୁବେ,ପାଶ୍ଚିମାଞ୍ଚଳ ବରିଷ୍ଠ ନାଗରିକ ସଂଘର ସଭାପତି ଟହଲୁ ସାହୁ, ବ୍ରାହ୍ମଣ ସମାଜର ସଭାପତି ତଥା ସ୍ୱାଧୀନତା ସଂଗ୍ରାମୀ ବଳଭଦ୍ର ଦାଶ୍ ବିର୍ତ୍ତୀଆଙ୍କ ଦାୟାତ ପୂର୍ଣ୍ଣ ଚନ୍ଦ୍ର ମାଫିଦାର, ଜିଲ୍ଲା କ୍ରୀଡା ସଂଘ ସାଧାରଣ ସମ୍ପାଦକ ତାପସ କୁମାର ରାୟ ଚୌଧୁରୀ, ବରିଷ୍ଠ ଆଇନ ଜିବୀ ସନ୍ଦିପ ଅବସ୍ତି, ସହିଦ ଗଣେଶ ଉପାଧ୍ୟାୟ ଙ୍କ ଦାୟାଦ ମିନା କୁମାରୀ ଉପାଧ୍ୟାୟ ମଞ୍ଚାସିନ ହୋଇଥିବା ବେଳେ ବେଳେ ୟଙ୍ଗ ଷ୍ଟାରସ ଚେରିଟେବୁଲ ଟ୍ରଷ୍ଟର ନିର୍ଦେଶକ ବିବେକାନନ୍ଦ ମିଶ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇ ଥିବା ବେଳେ ସଭାପତି ଇଂ ଅରବିନ୍ଦ ବାରିକ ଙ୍କ ସଭାପତିତ୍ୱରେ ସଭା ସଂଚାଳନ ହୋଇଥିଲା ସହିଦ ଙ୍କ ସମ୍ମାନାର୍ଥେ ସହର ର ସାମାଜିକ ସଂଗଠନ ,ବରିଷ୍ଠ ନାଗରିକ,ଆଇନଜୀବୀ, ବୁଦ୍ଧିଜୀବୀ ଅଧ୍ୟାପକ,ଶିକ୍ଷକ,ଶିକ୍ଷୟତ୍ରୀ ,ଯୁବ ସମାଜ ଆଦି ପ୍ରତ୍ୟେକ ବର୍ଗ ର ଲୋକ ଅତି ଉତ୍ସାହ ସହିତ ବହୁ ସଂଖ୍ୟା ରେ ଯୋଗଦାନ କରିଥିଲେଜ୍ଝ ସଭା ପ୍ରାରମ୍ଭ ରେ ସହିଦ ଙ୍କ ପରିବାର ତରଫରୁ ବିପୁଳ ଚନ୍ଦ୍ର ଉପାଧ୍ୟାୟ ସହିଦ ଙ୍କ ବିଷୟ ରେ ଇଂରେଜ ସରକାର ର ଅକଥନୀୟ ଅତ୍ୟାଚାର ଓ ପରେ ସମ୍ବଲପୁର ଜେଲ ରେ ଫାଶୀ ବିଷୟ ରେ ବିଷଦ ବିବରଣୀ କହିଥିଲେ ଜ୍ଝ ମୁଖ୍ୟ ଅତିଥି ଓ ଅନ୍ୟ ସମ୍ମାନିତ ଅତିଥି ସହିଦ ଙ୍କ ସ୍ମୃତି ଚାରଣ କରିଥିଲେ ଓ ଏହି ମିଳିତ ଉଦ୍ୟମ ଯୋଗୁ ସହିଦ ଙ୍କର ସ୍ମୃତିରକ୍ଷା ହୋଇପାରୁଥିବାରୁ ଆୟୋଜକ ମଣ୍ଡଳୀ କୁ ସାଧୁବାଦ ଜଣାଇଥିଲେ ସହିଦ ଙ୍କ ସ୍ମୃତି ସଭା ସହିତ ଦେଶାତ୍ମବୋଧକ କବିତା ଆସର କୁ ବିବେକାନନ୍ଦ ମିଶ୍ର ପରିଚାଳନା କରିଥିଲେ ଓ ବିଭିର୍ଣ୍ଣ ନୃତ୍ୟ ଅନୁଷ୍ଠାନ ରୁ ଛାତ୍ର ଛାତ୍ରୀ ବହୁତ ସୁନ୍ଦର ଭାବେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରି ଉପସ୍ଥିତ ବ୍ୟକ୍ତି ବିଶେଷ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଟ୍ରଷ୍ଟ କର୍ମକର୍ତା ମାନଙ୍କ ମଧ୍ୟ ରେ ଟ୍ରଷ୍ଟ କର୍ମକର୍ତା ମାନଙ୍କ ମଧ୍ୟରେ ବିଜୟ ସାଇଗଲ ,ସମୀର ରଞ୍ଜନ ଦାସ ,ଆଭାସ ଦୀକ୍ଷିତ ,ଆଲୋକ ଚନ୍ଦ୍ର ପାଣିଗ୍ରାହୀ ,ପ୍ରଶାନ୍ତ ଭଇଶା ,ଶଙ୍କର ସେଠୀ, ରା଼ଜ଼ ଦାସ , ଅଭିଜିତ ବାରିକ, ରାଜା ମହାରଣା ଓ ଅନ୍ୟାନ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
