ଖଇରା ମହାବିଦ୍ୟାଳୟରେ ଖୋଲିଲା ମୁକ୍ତ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମ,ଖୁସିବ୍ୟକ୍ତ କଲେ ଛାତ୍ରୀଛାତ୍ର
ଖଇରା : ଓଡିଶା ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ,ସମ୍ବଲପୁର ର ଏକ ନୁତନ ଅଧ୍ୟୟନ କେନ୍ଦ୍ର ବାଲେଶ୍ବର ଜିଲା ଅଧୀନ ଖଇରା ମହାବିଦ୍ୟାଳୟରେ ଖୋଲିବା ପାଇଁ ଅନୁମତି ପତ୍ର ପ୍ରାପ୍ତ ହୋଇଛି I ଶିକ୍ଷାବର୍ଷ ୨୦୨୨-୨୩ ଠାରୁ ଛାତ୍ରୀଛାତ୍ର ମନେ ସ୍ନାତକ,ସ୍ନାତକୋତ୍ତର ଏବଂ ସାର୍ଟିଫିକେଟ ବିଷୟ ଅଧ୍ୟୟନ କରି ପାରିବେ I ଇଛୁକ ଛାତ୍ରୀଛାତ୍ର ମାନେ ଇତିହାସ,ରାଜନିତି ବିଜ୍ଞାନ,ଅର୍ଥନିତୀ,ଇଂରାଜୀରେ ସ୍ନାତକ ଓ ସ୍ନାତକୋତ୍ତର,ଓଡିଆରେ ସ୍ନାତକ ଏବଂ କମ୍ୟୁନିକେଶନ ସ୍କିଲ ଏବଂ ସପ୍ଟସ୍କିଲ ଓ ଆଇଟି ସ୍କିଲ ରେ ସାର୍ଟିଫିକେଟ କୋର୍ସ ର ସୁବିଧା ନେଇ ପାରିବେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପାଢୀ କହିଛନ୍ତି I ଉକ୍ତ ଚିଠି ଖଇରା ମହାବିଦ୍ୟାଳୟରେ ପହଞ୍ଚିବା ପରେ ଖଇରା ତଥା ସଲଗ୍ନ ବ୍ଲକ ଗୁଡିକର ଆଶାୟୀ ମାନେ ଖୁସିବ୍ୟକ୍ତ କରିଛନ୍ତି I
