ଲୋଇସିଙ୍ଘା ଆଦିବାସୀ ଭବନ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ବଲାଙ୍ଗୀର : ଆଜି ଲୋଇସିଂହା ଆଦିବାସୀ ଭବନ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା କ୍ଷ ଏହି ଶିବିରକୁ ଆଦିବାସୀ କଲ୍ୟାଣ ମହାସଂଘ ଲୋଇସିଂହା, କୋଶଳ ପରିବାର ଲୋଇସିଂହା ଓ ଅସୀମା ମହାନନ୍ଦ ଚେରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋଇସିଂହା ନିର୍ବାଚନୀ ମଣ୍ଡଳୀ ରେ ସମାଜସେବୀ ବିଜୟ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶିବିରରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ଶ୍ୟାମସୁନ୍ଦର ଭୋଇ, ବ୍ଲକ୍ ଆଦିବାସୀ ସଂଘ ସଭାପତି ଦଶରଥ ଛତ୍ରିଆ ଉପସ୍ଥିତ ଥିଲେ । ଏହାସହ ଲୋଇସିଂହା ବ୍ଲକ୍ ତହସିଲ ଭୁକ୍ତ ଜାତି ସଭାପତି ଲାଲମନ ନାଗ ଉପସ୍ଥିତ ଥିଲେ । ଲୋଇସିଂହା ବିଶ୍ୱ କଲ୍ୟାଣ ନାଗରିକ କମିଟି ର ସଭ୍ୟ କବିରାଜ ଭୋଇ, ମାଧବ ଭୋଇ, ସୂର୍ଯ୍ୟକାନ୍ତ ବେହେରା, ରୁକ୍ମନ ଧରୁଆ, ଲଳିତ ମୋହନ ପୁଟା ପ୍ରଭୃତି ଉପସ୍ଥିତି ରହି କାର୍ଯକ୍ରମକୁ ଆଗକୁ ନେବାରେ ସହଯୋଗ କରିଥିଲେ କ୍ଷ ଚକ୍ଷୁ ଚିକିତ୍ସା ଶିବିର ରେ ସର୍ବମୋଟ ୧୧୭ ଜଣ ପଞ୍ଜୀକୃତ ହୋଇ ଆଖି ପରୀକ୍ଷା କରିଥିଲେ । ସେଥିରୁ ୩୬ ଜଣଙ୍କୁ ଆଖି ଅପରେସନ ପାଇଁ ଚିହ୍ନଟ କରି ସମ୍ବଲପୁରକୁ ପଠାଗଲା । ଚିକିତ୍ସା ଶିବିରକୁ ତ୍ରିଲୋଚନ ନେତ୍ରାଳୟର ଡାକ୍ତର ସନ୍ଧ୍ୟାରାଣୀ ଶେଉଳ, ଅରୂପା ପ୍ରଧାନ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।
