ବିଶ୍ୱାସ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ବାଲିଆପାଳ : ବାଲିଆପାଳ ବିଶ୍ୱାସ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଗୁରୁବାର ବାଲିଆପାଳ ବ୍ଲକ ସାଉଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱାସର ସମ୍ପାଦକ ଅଜୟ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଶିବିରକୁ ସାଉଡି ସରପଞ୍ଚ ଧରଣୀଧର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ସୁଶାନ୍ତ ଦେହୁରୀ,ସପନ ସେଠି,ସୁବାସ ମୈକାପ ଓ ଶକ୍ତିପଦ ପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଡାକ୍ତର ସୁଧାଂଶୁ କର ଓ ତାଙ୍କ ସହଯୋଗୀ ଅଜିତ କୁମାର ଚାନ୍ଦଙ୍କ ଦ୍ଵାରା ରୋଗମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା।ଏହି ଶିବିରରେ ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ଚିହ୍ନଟ କରାଯାଇଥିଲା।ଏତଦ ବ୍ୟତିତ ଅନ୍ୟ ଚକ୍ଷୁ ରୋଗୀଙ୍କ ଚକ୍ଷୁର ଯାବତୀୟ ରୋଗର ନିରାକରଣ ବିଷୟରେ ପରୀକ୍ଷା କରାଯାଇ ଉପଦେଶ ଦେବା ସହିତ ଚିକିତ୍ସା କରାଯାଇଥିଲା।ବିଶ୍ୱାସର ସ୍ବେଚ୍ଛାସେବୀ ଉତ୍ତମ କୁମାର ପିଳା,ବିଶୁ ବାରିକ,ସୁବଳ ଜେନା,ଶ୍ରୀକଣ୍ଠ ମଣ୍ଡଳ ଓ ପ୍ରଭାକର ମଲ୍ଲିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସହଯୋଗ କରିଥିଲେ।
