ଆଇଆଇଟି କାନପୁରର ଗବେଷଣା ରିପୋର୍ଟ ! ଜୁନରେ ଆସିବ ଚତୁର୍ଥ ଲହର
ନୂଆଦିଲ୍ଲୀ: ଜୁନରେ ଆସିପାରେ କରୋନାର ଚତୁର୍ଥ ଲହର । ଏନେଇ ଆଇଆଇଟି ଦାବି କରିଥିବାବେଳେ ଡର ବଢ଼ାଉଛି କରୋନାର ନୂଆ ଭ୍ୟାରିଆଣ୍ଟ ଏକ୍ସଇ । ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢୁଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି ।
କିଛି ମାସ ତଳେ ଆଇଆଇଟି କାନପୁର ଏକ ଗବେଷଣା କରିଥିଲା । ଯେଉଁଥିରେ କରୋନାର ଚତୁର୍ଥ ଲହର ଜୁନ୍ ମାସରେ ଆସିପାରେ ବୋଲି କୁହାଯାଇଥିଲା । ଆଉ ଏବେ କରୋନାର ନୂଆ ଏକ୍ସଇ ଭ୍ୟାରିଆଣ୍ଟ ଜନିତ ସଂକ୍ରମଣ ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଏହାସହ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଛି । ଲଗାତର ସଂକ୍ରମଣ ବଢୁଥିବାରୁ ଚତୁର୍ଥ ଲହର ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଲର୍ଟ କରିଛନ୍ତି । ଆଇଆଇଟି କାନପୁର ବିଶେଷଜ୍ଞଙ୍କ ଅନୁଯାୟୀ ୨୨ ଜୁନ୍ ଆଖପାଖବେଳକୁ ଚତୁର୍ଥ ଲହର ଆରମ୍ଭ ହୋଇପାରେ । ଏହି ଲହର ଅଗଷ୍ଟ ଶେଷ ବେଳକୁ ପିକ୍ ଛୁଇଁପାରେ । ୨୪ ଅକ୍ଟୋବର ସୁଦ୍ଧା ଏହାର ପ୍ରଭାବ ଶେଷ ହୋଇପାରେ ।
