ସାପ କାମୁଡ଼ାରେ ଚାରି ବର୍ଷର ବାଳକର ମୃତ୍ୟୁ
ମାଲକାନଗିରି : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ରାଲେଗାଡ଼ା ଗ୍ରାମରେ ସାପ କାମୁଡାରେ ଜଣେ ବାଳକର ମୃତ୍ୟୁ ହୋଇଛି । ସେ ହେଲେ ଆସୁ ମାରିଙ୍କ ପୁଅ ଲିଙ୍ଗେସ ମାରି ( ୪ ) । ଶୁକ୍ରବାର ରାତିରେ ସେ ମଶାରି ଭିତରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ମଶାରି ଭିତରେ ପଶି ଲିଙ୍ଗେସଙ୍କୁ କାମୁଡି ଦେଇଥିଲା । ଫଳରେ ଅଚେତ ହୋଇ ଯାଇଥିଲେ । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଜାନବାଇ ମେଡିକାଲକୁ ଆଣିଲା ବେଳକୁ ଲିଙ୍ଗେସଙ୍କ ମତ୍ଯୁ ହୋଇସାରିଥିଲା । ଏନେଇ ପାପରମେଟେଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ରାଲେଗାଡା ସରପଂଚ କମଳୁ ହନ୍ତାଳ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।
