ମାଲକାନଗିରି ଜିଲ୍ଲାରେ ସାଂଗଠନିକ ବୈଠକରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ
ଭୁବନେଶ୍ୱର : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ମାଲକାନଗିରି ଜିଲ୍ଲାରେ ଦଳର ସାଂଗଠନିକ ବୈଠକରେ ଯୋଗ ଦେଇଛନ୍ତି । ସେ ମଣ୍ଡଳ ପ୍ରବାସ ଯୋଜନା ଅନ୍ତର୍ଗତ ସଶକ୍ତ ମଣ୍ଡଳ ସଶକ୍ତ ବୁଥ ଅଭିଯାନ ପରିପ୍ରେକ୍ଷୀରେ ଆଜି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଥିଲି ମଣ୍ଡଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ମାଥିଲି ସହିଦ ଲକ୍ଷ୍ମଣ ନାଏକଭବନ ଠାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ମାଥିଲି ସହିଦ ଲକ୍ଷ୍ମଣ ନାଏକ ଭବନ ନିକଟରେ ଥିବା ସହିଦ ଲକ୍ଷ୍ମଣ ନାଏକ ପ୍ରତି ମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମାଥିଲି ଠାରେ ଦଳୀୟ କାର୍ଯ୍ୟକର୍ତାଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ।
