ଉତର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କେଶରୀନାଥ ତ୍ରିପାଠୀଙ୍କ ଦେହାନ୍ତ
ପ୍ରୟାଗରାଜ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ, ବରିଷ୍ଠ ବିଜେପି ନେତା ତଥା ଉତର ପ୍ରଦେଶର ବିଧାନସଭାର ପୂର୍ବତନ ବାଚସ୍ପତି ପଣ୍ଡିତ କେଶରୀନାଥ ତ୍ରିପାଠୀଙ୍କ ରବିବାର ସକାଳ ୫ଟାରେ ଏଠାରେ ଦେହାନ୍ତ ହୋଇଛି । ସେ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କିଛି ଦିନ ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସ ନେବା ଅସୁବିଧା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ସମ୍ପର୍କୀୟମାନେ ତାଙ୍କୁ ଘରକୁ ଆଣିଥିଲେ । ପଣ୍ଡିତ କେଶରୀନାଥ ତ୍ରିପାଠୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
