ପୂର୍ବତନ ସାଂସଦ ସୋହନ ପୋଟାଇଙ୍କ ପରଲୋକ
ରାୟପୁର : ଭାଜପାର ବରିଷ୍ଠ ନେତା ତଥା କାଂକେର ଲୋକସଭା କ୍ଷେତ୍ରର ପୂର୍ବତନ ସାଂସଦ ସୋହନ ପୋଟାଇଙ୍କ ଗୁରୁବାର ସକାଳେ ୬୫ ବର୍ଷ ବୟସରେ କାଂକେର ସ୍ଥିତ ବାସଭବନରେ ପରଲୋକ ଘଟିଛି । ଗତ ୬ ମାସ ଧରି ସେ ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆଦିବାସୀ ସମାଜ ସମେତ କାଂକେର ଲୋକସଭା କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି । ଆଦିବାସୀ ସମାଜର ନେତା ସୋହନ ପୋଟାଇ ସର୍ବ ଆଦିବାସୀ ସମାଜର ପ୍ରଦେଶ ଅଧ୍ୟକ୍ଷ ମଧ୍ୟ ଥିଲେ । କାଂକେର କ୍ଷେତ୍ରରୁ ଭାଜପା ସାଂସଦ ଭାବେ ସେ ୪ ଥର ଲୋକସଭାରେ ପ୍ରତିନିଧିତ୍ୱ କରିଥିଲେ । ୨୯ ଅପ୍ରେଲ ୧୯୫୮ ରେ ସେ ଜନ୍ମଗ୍ରହଣ କରିଥିଲେ ।
