ଦୁର୍ଘଟଣାଗସ୍ତ ରୋଗୀଙ୍କୁ ଭେଟିଲେ ପୂର୍ବତନ ବିଧାୟକ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଦୁର୍ଘଟଣା ଗସ୍ତ ରୋଗୀଙ୍କୁ ଭେଟି ସହଯୋଗର ହାତ ବଢାଇଥିବା ଜଣାପଡିଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଢିଅପଡା ପଂଚାୟତର ସମାଜସେବୀ ଗୈାତମ ପରିଡା ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୂର୍ବତନ ବିଧାୟକ ଶ୍ରୀ ତରାଇ ମୁଖ୍ୟ ଚିକିତ୍ସାଳୟରେ ପହଁଚି ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।
