ପରଲୋକରେ ପୂର୍ବତନ ମନ୍ତ୍ରୀ ମହିପାଲ ମଦରଣା
ରାଜସ୍ଥାନ : ପରଲୋକରେ ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ମହିପାଲ ମଦରଣା । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବତନ ମନ୍ତ୍ରୀ ମହିପାଲ ମଦରଣାଙ୍କ ପରିବାରରେ ତାଙ୍କ ପତ୍ନୀ ଲୀଲା ମାଡେର୍ନା ଏବଂ ଦୁଇ ଝିଅ ଅଛନ୍ତି । ଜଣେ ଝିଅ ଦିବ୍ୟା ଓସିଆର ଜଣେ ବିଧାୟକ ଅଟନ୍ତି । ମହିପାଲ ମଦରଣା ମଧ୍ୟ ଏହି ଆସନରୁ ଦୁଇଥର ବିଧାୟକ ହୋଇଥିଲେ । ଏହା ପୂର୍ବରୁ ସେ 19 ବର୍ଷ ଧରି ଯୋଧପୁରର ଜିଲ୍ଲା ମୁଖ୍ୟ ଥିଲେ । ମଦରଣାଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗାଁରେ କରାଯାଇଛି । ମଦରଣାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ଅନ୍ୟ ନେତାମାନେ ସମବେଦନା ଜଣାଇଛନ୍ତି ।
ଏହି ମୃତ୍ୟୁକୁ ସମବେଦନା ଜଣାଇ ଗେହଲଟ୍ ଟୁଇଟ୍ କରି କହିଛନ୍ତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମହିପାଲ ମଦରଣାଙ୍କ ଦେହାନ୍ତରେ ମୋର ଗଭୀର ସମବେଦନା । ତାଙ୍କ ଅମର ଆତ୍ମାର ସଦଗତି ସହ ଶୋକସନ୍ତପ୍ତ ପରିବାରଙ୍କୁ ଭଗବାନ ଶକ୍ତି ପ୍ରଦାନ କରିବାକୁ ଏହାହିଁ ପ୍ରାର୍ଥନା । ବହୁଚର୍ଚ୍ଚିତ ଭଉଁରୀ ଦେବୀ ହତ୍ୟା ମାମଲାରେ ମହିପାଲ ମଦରଣା ମୁଖ୍ୟ ଅଭିଯୁକ୍ତ ଥିଲେ। ରାଜସ୍ଥାନରେ ଜଳ ସମ୍ପଦ ମନ୍ତ୍ରୀ ଥିବା ସମୟରେ ଭଉଁରୀ ଦେବୀଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ । ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ଏହି ମାମଲାରେ ତାଙ୍କୁ ଦଶ ବର୍ଷ ଜେଲରେ ରଖାଯିବା ପରେ ହାଇକୋର୍ଟରୁ ଜାମିନ ମିଳିଥିଲା । ମଦରଣାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଜଣେ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଏ ।
