ବାଗେଶ୍ୱର ଧାମ ଦର୍ଶନ କଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ
ନୂଆଦିଲ୍ଲୀ: ବାଗେଶ୍ୱର ଧାମ ଓ ତା’ର ପୀଠାଧୀଶ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଗତ କିଛିଦିନ ହେବ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ସମୟରେ ଅନେକ ପ୍ରଭାବଶାଳୀ ନେତା ବାଗେଶ୍ୱର ଧାମ ପରିଦର୍ଶନ କରୁଥିବା ନେଇ ସୂଚନା ମିଳିଛି । ଏହିକ୍ରମେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଆଜି ବାଗେଶ୍ୱର ଧାମ ଦର୍ଶନ କରିବାକୁ ପହଞ୍ଚିଛନ୍ତି ।
ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆସନ୍ତା ୧୮ ତାରିଖରେ ବାଗେଶ୍ୱର ଧାମ ଦର୍ଶନ କରିବାକୁ ଯିବେ ବୋଲି ଜଣାପଡ଼ିଛି । ଏହାପୂର୍ବର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାଗେଶ୍ୱର ଧାମର ମହାରାଜା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ନିଜ ପୁଅ ଭାବେ ମାନିଥିଲେ ।
ସୂଚନା ଯେ, ଫେବୃଆରୀ ୧୩ରୁ ୧୯ ମଧ୍ୟରେ ବାଗେଶ୍ୱର ଧାମରେ ଧର୍ମ ମହାକୁମ୍ଭ ଅନୁଷ୍ଠିତ ହେବ । ଫେବୃଆରୀ ୧୮ରେ ଏଠାରେ ୧୨୧ ଝିଅଙ୍କ ବିବାହ ଅନୁଷ୍ଠିତ ହେବ ।
