ପୂର୍ବତନ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ଧମକ
ନୂଆଦିଲ୍ଲୀ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟିର ତଦନ୍ତ କରୁଥିବା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ଧମକ । ଜାତୀୟ ଗଣାମଧ୍ୟମରେ ଏନେଇ ଏକ ଖବର ପ୍ରକାଶ ପାଇଛି। ମିରର ନାଓର ରିପୋର୍ଟ ଅନୁସାରେ, ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କୁ ଧମକପୂର୍ଣ୍ଣ ଫୋନ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଏବଂ ସେ ସଂଗଠନ ସହ ଜଡିତ, ତାହା ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ଏହି ଘଟଣା ଏକ ବଡ ଷଡଯନ୍ତ୍ରକୁ ଇଙ୍ଗିତ କରୁଛି।
ଗତ ସପ୍ତାହରେ ସର୍ବୋଚ୍ଚ କୋର୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିର ତଦନ୍ତ ପାଇଁ ଏକ କମିଟି ଗଠନ କରିଥିଲେ। ପୂର୍ବତନ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ଏହାର ଅଧ୍ୟକ୍ଷ ନିଯୁକ୍ତ କରିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିବା ଆଇନଜୀବୀଙ୍କୁ ମଧ୍ୟ ଧମକପୂର୍ଣ୍ଣ ଫୋନ କଲ୍ ଆସିଥିଲା। ଏହା ପଛରେ ବିଦେଶରେ ସକ୍ରିୟ ଥିବା ଖାଲିସ୍ତାନୀ ସଂଗଠନ ଶିଖ ଫର୍ ଜଷ୍ଟିସର ହାତ ଥିବା କୁହାଯାଉଛି। ସୂଚନା ଯେ, ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ଏହି ଧମକ ଶିଖ ଫର୍ ଜଷ୍ଟିସ ନାମକ ଏକ ସଂଗଠନ ପକ୍ଷରୁ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଶିଖମାନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାକୁ ହେବ ବୋଲି କୁହାଯାଇଛି । ଏହା ପୂର୍ବରୁ ଏହାସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିବା ଆଇନଜୀବୀଙ୍କୁ ଏହି ମାମଲାରୁ ନିଜକ ଦୂରେଇ ରଖିବାକୁ ଧମକ ଦିଆଯାଇଥିଲା।
