ପୂର୍ବତନ ଇଂଲଣ୍ଡ ଅଲ୍ରାଉଣ୍ଡର ଫ୍ଲିଣ୍ଟଫ୍ କାର୍ ଦୁର୍ଘଟଣାଗ୍ରସ୍ତ
ଲଣ୍ଡନ : ପୂର୍ବତନ ଇଂଲଣ୍ଡ ଅଲ୍ରାଉଣ୍ଡର ଆଣ୍ଡ୍ରିଉ ଫ୍ଲିଣ୍ଟଫ୍ଙ୍କ କର ଦୁର୍ଘଟଣାଗ୍ରସ୍ତ । ଫଳରେ ସେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିବିସିର ‘‘ଟପ୍ ଗିୟର’’ ସୋ’ ପାଇଁ ଧାରାବାହିକ ସୁଟିଂ ଅବସରରେ ସେ ଦୁର୍ଘଟଣାର ଶିକାର ହୋଇଥିବା ପ୍ରସାରଣକାରୀ ସଂସ୍ଥା କହିଛି। ତେବେ ତାଙ୍କ ଆହତ ସେତେଟା ଗୁରୁତର ନୁହେଁ ବୋଲି ସନ୍ ନ୍ୟୁଜ୍ପେପର୍ ଉଲ୍ଲେଖ କରିଛି।
ଫ୍ଲିଣ୍ଟଫ୍ ୨୦୧୦ରେ କ୍ରିକେଟ୍ରୁ ଅବସର ନେଇଥିଲା ବେଳେ ୨୦୧୯ରେ ଟପ୍ ଗିୟର ସହ ଜଣେ କାର୍ଯ୍ୟକ୍ରମ ସଂଯୋଜକ ଭାବେ ଯୋଗ ଦେଇଥିଲେ। ସେ ୨୦୦୫ ଆସେସ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ସେହି ଶୃଙ୍ଖଳାରେ ତାଙ୍କ ଦମ୍ଦାର ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡ ମଧ୍ୟ ୧୮ ବର୍ଷ ପରେ ପ୍ରଥମ ଆସେସ୍ ବିଜୟ ପାଇଥିଲା।
