ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ
ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ଲକ୍ଷଣ ଦେଖାଇବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କମଲ ନାଥ ଗତ ଦୁଇ ଦିନ ଧରି ଥଣ୍ଡା ଏବଂ ଜ୍ୱରରେ ପୀଡିତ ଥିଲେ। ଜ୍ୱର ବ୍ୟତୀତ କରୋନା ସଂକ୍ରମଣର ଅନ୍ୟ ଲକ୍ଷଣ ମଧ୍ୟ ଦେଖାଦେଇଛି । କମଲ ନାଥ ସକାଳ ୧୦ ଟାରେ ଚେକଅପ୍ ପାଇଁ ମେଦାନ୍ତ ହସ୍ପିଟାଲରେ ପହଞ୍ଚିଥିଲେ, ପରେ ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ କହିଥିଲେ।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଫେବୃଆରୀରେ କମଲନାଥ ଇନ୍ଦୋରର ଏକ ଘରୋଇ ଡାକ୍ତରଖାନାରେ ଲିଫ୍ଟ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଥିଲେ, ତଥାପି ଏହି ଦୁର୍ଘଟଣା ଯୋଗୁଁ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଡାକ୍ତରଖାନାରେ ରକ୍ତଚାପ ଯାଞ୍ଚ କରାଯାଇଥିଲା। ରକ୍ତଚାପ ବଢ଼ି ଯାଇଥିଲା ବୋଲି ଡାକ୍ତର ସୂଚନା ଦେଇଥିଲେ।
