ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ ୱାର୍ଣ୍ଣ କରୋନା ପଜିଟିଭ ଚିହ୍ନଟ
MELBOURNE, AUSTRALIA - JANUARY 12: Shane Warne looks on during a Cricket Australia media opportunity at Melbourne Cricket Ground on January 12, 2020 in Melbourne, Australia. (Photo by Daniel Pockett/Getty Images)
ନୂଆଦିଲ୍ଲୀ : ମହାମାରୀ କରୋନା କବଳରେ ସାରା ବିଶ୍ୱ । ଯେତେ ସଚେତନ ଏବଂ ସତର୍କ ରହିଲେ ବି କରୋନାରେ ସଂକ୍ରମିତ ହେଉଛନ୍ତି ନେତା, ମନ୍ତ୍ରୀ, ଅଭିନେତା ଓ ଖେଳାଳି । ଏହି ପରିପ୍ରେକ୍ଷୀରେ ଭାରତୀୟ ଖେଳାଳିଙ୍କ ପରେ ଏବେ କଙ୍ଗାରୁବାହିନୀ ବି କରୋନାର ଶିକାର ହୋଇଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ ୱାର୍ଣ୍ଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକଥା ଜଣାପଡିବା ପରେ ସେ କ୍ୱାରାଣ୍ଟିନରେ ରହିଛନ୍ତି । ୱାର୍ଣ୍ଣ ଓ୍ୱାନ ଏବେ ଇଂଲଣ୍ଡରେ ଖେଳାଯାଉଥିବା ଲଣ୍ଡନ୍ ସ୍ପିରିଟ୍ ର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ।
ସୂଚନା ଯେ, ରବିବାର ୱାର୍ଣ୍ଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଯେତେବେଳେ ତାଙ୍କୁ ପରୀକ୍ଷା କରାଯାଇଥିଲା, ସେତେବେଳେ ସେ କରୋନା ପଜିଟିଭ୍ ହୋଇଥିବା ଜଣାପଡିଥିଲା । ସୂଚନା ଅଛିକି ଦଳର ଆଉ ଜଣେ ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ହୋଇଛନ୍ତି । ଯଦିଓ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ତେବେ ଏହି ଘଟଣା ଏବେ ଟୁର୍ଣ୍ଣାମେଣ୍ଟକୁ ପ୍ରଭାବିତ କରିବ ନାହିଁ । ଇଂଲଣ୍ଡରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ନେଇ ସମୟ ବାକି ଅଛି ।
