Skip to content
ନୂଆଦିଲ୍ଲୀ : ଝିଅଙ୍କ ଦକ୍ଷତା ବିକାଶ ଲାଗି ସଙ୍କଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। କାଶୀ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ବିହଙ୍ଗମ ଯୋଗ ସଂସ୍ଥାର ୯୮ତମ ବାର୍ଷିକୋତ୍ସବରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି ଯେ, ମୁଁ ଆଜି ଆପଣଙ୍କଠାରୁ କିଛି ସଙ୍କଳ୍ପ ନେବାକୁ ଆଗ୍ରହ ପ୍ରକାଶ କରୁଛି। ଝିଅଙ୍କୁ ପଢ଼ାଇବା ଗୋଟିଏ ସଙ୍କଳ୍ପ ହୋଇପାରିବ। ଝିଅଙ୍କୁ ଦକ୍ଷତା ବିକାଶ ଲାଗି ପ୍ରସ୍ତୁତ କରିବାର ଅଛି। ଫଳରେ ସେମାନେ ପରିବାର ସହ ନିଜର ଦାୟିତ୍ୱ ମଧ୍ୟ ବହନ କରିପାରିବେ। ଜଣେ କିମ୍ବା ୨ଜଣ ଗରିବ ଝିଅଙ୍କ ଦକ୍ଷତା ବିକାଶର ଦାୟିତ୍ୱ ବହନ କରନ୍ତୁ।
ମୋଦୀ ଆହୁରି କହିଛନ୍ତି ଯେ, ଆଉ ଗୋଟିଏ ସଙ୍କଳ୍ପ ସ୍ୱରୂପ ଆମେ ଜଳ ସଞ୍ଚୟ କରିପାରିବା। ଆମକୁ ଆମ ନଦୀ, ଗଙ୍ଗା ଜୀ ଓ ସମସ୍ତ ଜଳସ୍ରୋତକୁ ସ୍ୱଚ୍ଛ ରଖିବାକୁ ପଡ଼ିବ। ପ୍ରାକୃତିକ କ୍ଷେତ ପାଇଁ ସଙ୍କଳ୍ପ ନେବାକୁ ହେବ। ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ପଡ଼ିବ।
Post Views: 2,910