ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ୱାଟର ଟ୍ୟାକ୍ସି ସେବା
ମୁମ୍ବାଇ : ଉପକୂଳ ମହାରାଷ୍ଟ୍ରର ଦୀର୍ଘ ଦିନର ଆକାଂକ୍ଷା ପୁର୍ଣ ହେଇଛି । ୱାଟର ଟ୍ୟାକ୍ସି ସେବା ପ୍ରଥମ ଥର ପାଇଁ ମୁମ୍ବାଇ ଏବଂ ନାଭି ମୁମ୍ବାଇର କୁ ସଂଯୋଗ କରିବ । ୱାଟର ଟ୍ୟାକ୍ସି ସେବା Domestic Cruise Terminal ରୁ ଆରମ୍ଭ ହେବ ଏବଂ ନେରୁଲ୍, ବେଲାପୁର, Elephanta Island ଏବଂ JNPT ରେ ଥିବା ପାଖାପାଖି ଅଂଚଳକୁ ସଂଯୋଗ କରିବ ।
ଏହି ୱାଟର ଟ୍ୟାକ୍ସି ରେ ଜଣେ ଖୁବ କମ ସମୟ ରେ ଗୋଟିଏ ସ୍ଥାନ ରୁ ଆଉ ଗୋଟିଏ ସ୍ଥାନକୁ ଯାତ୍ରା କରିପାରିବ । ଉଦାହରଣ ସ୍ୱରୂପ, ନାଭି ମୁମ୍ବାଇର ବେଲାପୁରରୁ ଦକ୍ଷିଣ ମୁମ୍ବାଇର ଭାଉଚ । ଢାକ୍କା ପହଂଚିବା ପାଇଁ ୱାଟର ଟ୍ୟାକ୍ସି ରେ ଜଣକୁ ପ୍ରାୟ ୩୦ ମିନିଟ ସମୟ ଲାଗିବ ଯାହା ଅନ୍ୟ ଯେ କୌଣସି ମାଧ୍ୟମ ରେ ଗଲେ ୫୦-୬୦ ମିନିଟ ଲାଗିବ । କିନ୍ତୁ ଯିବା ଆସିବା ପାଇଁ ଭଡା ଟିକେ ଅଧିକ ହେବ । ପ୍ରାରମ୍ଭିକ ସୂଚନା ଅନୁସାରେ, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବାପାଇଁ ପାଖାପାଖି ୧୨୦୦ ତାଙ୍କ ଭଡା ଲାଗିବ ।
