ପ୍ରଥମ ଥର ପାଇଁ ଏଚ୍ଆଇଭିରେ ପୀଡିତ ଜଣେ ମହିଳା ସୁସ୍ଥ ହେଲେ
ନୂଆଦିଲ୍ଲୀ : ଆମେରିକାର ଡାକ୍ତରମାନେ ଏଚ୍ଆଇଭିରେ ପୀଡିତ ଜଣେ ମହିଳାଙ୍କୁ ଆରୋଗ୍ୟ କରିଛନ୍ତି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ମହିଳାଙ୍କୁ ଷ୍ଟେମ୍ ସେଲ ଟ୍ରାନ୍ସପ୍ଲାଣ୍ଟ ମାଧ୍ୟମରେ ଚିକିତ୍ସା କରାଯାଇଥିଲା । ଷ୍ଟେମ୍ ସେଲଗୁଡିକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଇଥିଲା ଯାହାଙ୍କ ଶରୀରରେ ଏଚ୍.ଆଇ.ଭି ଭୂତାଣୁ ବିରୁଦ୍ଧରେ ପ୍ରାକୃତିକ ପ୍ରତିରୋଧକ ଶକ୍ତି ଥିଲା ।
ଏହି ମଧ୍ୟ ବୟସ୍କ ମହିଳା ଶ୍ୱେତ-ଅଶ୍ୱେତ ପିତାମାତାଙ୍କର ସନ୍ତାନ । ଡେନଭରରେ ଅନୁଷ୍ଠିତ ରେଟ୍ରୋଭାଇରସ୍ ଓ ସୁଯୋଗ ସମ୍ବନ୍ଧୀୟ ସଂକ୍ରମଣ ସମ୍ମିଳନୀରେ ଏହି ବିଷୟ ଉପସ୍ଥାପିତ ହୋଇଥିଲା । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି କ୍ଷେତ୍ରରେ ସେମାନେ ଗ୍ରହଣ କରିଥିବା ପଦ୍ଧତି ପୂର୍ବରୁ ବ୍ୟବହାର କରାଯାଇ ନଥିଲା ଓ ଏହା ଅଧିକ ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ । ପ୍ରଥମ ଥର ପାଇଁ ଡାକ୍ତରମାନେ ମହିଳାଙ୍କ ଲ୍ୟୁକେମିଆର ଚିକିତ୍ସା ପାଇଁ ଅମ୍ବିଡିକାଲ୍ ରକ୍ତ ବ୍ୟବହାର କରିଥିଲେ । ମହିଳା ୧୪ ମାସ ଧରି ସୁସ୍ଥ ଅଛନ୍ତି ଓ ଏଚଆଇଭି ପାଇଁ ଔଷଧର ଆବଶ୍ୟକତା ପଡ଼ିନାହିଁ ।
