ବାଲେଶ୍ୱର : ୬୦ନଂ. ଜାତୀୟ ରାଜପଥରେ ମାଛବ୍ୟବସାୟୀଙ୍କୁ ଭୁଜାଲି ମାଡ, ଟଙ୍କା ଓ ମୋବାଇଲ ଲୁଟ
ବାଲେଶ୍ୱର : ବାଲେଶ୍ୱର ଜିଲା ୬୦ନଂ. ଜାତୀୟ ରାଜପଥରେ ଲୁଟ l ରୂପସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡି ଛକ ଠାରେ ଜଣେ ମାଛବ୍ୟବସାୟୀଙ୍କୁ ଦୁର୍ବୃର୍ତ୍ତମାନେ ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲେ ହେଁ ଅଭିଯୁକ୍ତଙ୍କ ଟେର ପାଇପାରି ନାହିଁ l
ଉକ୍ତ ଥାନା ଅଧୀନ ନଳବାହାର ଗ୍ରାମର ମାଛବ୍ୟବସାୟୀ ନିରଞ୍ଜନ ମୁଣ୍ଢା ଶୁକ୍ରବାର ସକାଳେ ମାଛ ଆଣିବା ପାଇଁ ବାଲେଶ୍ୱର ଯାଉଥିଲେ l ମିରିଗିମୁଣ୍ଡି ଛକଠାରେ ଦୁଇଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇଥିଲେ l ଖଣ୍ଡା ଓ ଭୁଜାଲି ଦେଖାଏ ଭୟଭୀତ କରାଇଥିଲେ l ପରେ ବ୍ୟବସାୟୀଙ୍କ ପିଠିକୁ ଭୁଜାଲିରେ ହାଣି ତାଙ୍କ ଠାରୁ ୧୨ହଜାର ଟଙ୍କା ଓ ମୋବାଇଲ ଲୁଟ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ l ସୂଚନା ଯେ, ୬୦ନଂ. ଜାତୀୟ ରାଜପଥରେ ରାହାଜାନି, ଛିନତାଇ ବୃଦ୍ଧି ପାଉଥିବାରୁ ଅଧିକ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା ପାଇଁ ଜନସାଧାରଣ ଦାବି ହୋଇଛି l
