ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କଲେ
ନୂଆଦିଲ୍ଲୀ : ଭାରତର ସୁନା ପୁଅ ତଥା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ରେକର୍ଡ କରିଛନ୍ତି। ସେ ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଇଭେଣ୍ଟର ପ୍ରଥମ ଉଦ୍ୟମରେ ହିଁ ନୀରଜ ୮୮.୩୯ ମିଟର ଦୂରତାକୁ ଜାଭେଲନି ଫିଙ୍ଗ ସିଧା ଫାଇନାଲ ଟିକେଟ ହାତେଇଛନ୍ତି। ୨୪ ବର୍ଷୀୟ ନୀରଜ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏବେ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ସେ ପଦକ ଜିତିବାର ପ୍ରବଳ ଦାବିଦାର ଭାବେ ଉଭା ହୋଇଛନ୍ତି।
ଏହି ମୁକାବିଲାରେ ବିଭିନ୍ନ ଦେଶର ୩୪ ଖେଳାଳି ସାମିଲ ହୋଇଥିଲେ । ତେବେ ସବୁ ଖେଳାଳିଙ୍କ ମଧ୍ୟରେ ଫାଇନାଲ ପାଇଁ କଡା ପାଇଟ୍ ଦେଖିବାକୁ ମିଳିଥିଲା । ସମସ୍ତଙ୍କୁ ଦୁଇଟି ଗ୍ରୁପରେ ରଖାଯାଇଥିଲା । ଗ୍ରୁପ୍ ଏରେ ଥିବା ନୀରଜ ନିଜ କ୍ୟାରିଅରର ତୃତୀୟ ବେଷ୍ଟ ଥ୍ରୋ କରି କ୍ୱାଲିଫାଏ କରିଥିଲେ । ନୀରଜଙ୍କ ବ୍ୟତୀତ ଭାରତୀୟ ଆଥଲେଟ୍ ରୋହିତ ଯାଦବ ମଧ୍ୟ ଗ୍ରୁପ ବିରେ କଡା ଟକ୍କର ଦେଇଥିଲେ । ମୁକାବିଲାର ଫାଇନାଲରେ ନୀରଜଙ୍କ ସମେତ ଟପ୍ ୧୨ ଜଣ ଖେଳାଳି କ୍ଲାରିଫାଏ କରିଛନ୍ତି । ତେବେ ଚାମ୍ପିଅନସିପରେ ସୁନା ପଦକ ପାଇଁ ଆସନ୍ତା ୨୩ ତାରିଖରେ ମୁକାବିଲା ହେବ । ନୀରଜଙ୍କ ସହ ଚେକ୍ ଗଣରାଜ୍ୟର ଜାକୁବ ବାଦଲେଜଚ୍ ମଧ୍ୟ ପ୍ରଥମ ପ୍ରୟାସରେ ୮୫.୨୩ ମିଟର ଦୂରକୁ ବର୍ଚ୍ଛା ଫିଙ୍ଗି ଫାଇନାଲରେ ଏଣ୍ଟ୍ରି କରିଥିଲେ ।
As the commentator predicted, "he wants one & done" #NeerajChopra does it pretty quickly & with ease before admin's laptop could wake up 🤣
— Athletics Federation of India (@afiindia) July 22, 2022
With 88.39m, Olympic Champion from 🇮🇳 #India enters his first #WorldAthleticsChamps final in some style 🫡 at #Oregon2022 pic.twitter.com/y4Ez0Mllw6
ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟର ଗ୍ରୁପ ଏରେ ଥିଲେ। ଏହି ଗ୍ରୁପରେ ସେ ପ୍ରଥମ ସ୍ଥାନରେ ରହିଛନ୍ତି। ୮୮.୩୯ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିବା ନୀରଜଙ୍କ କ୍ୟାରିୟରର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ। ଏହାପୂର୍ବରୁ ସେ ଦୁଇ ଥର ୮୮.୩୯ ମିଟରରୁ ଅଧିକ ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି। ନୀରଜଙ୍କ ଫାଇନାଲ ମୁକାବିଲା ରବିବାର ସକାଳ ୭.୫ରେ ଅନୁଷ୍ଠିତ ହେବ। ଯେଉଁ ଆଥଲେଟମାନେ ୮୩.୫୦ ମିଟରରୁ ଅଧିକ କିମ୍ବା ଟପ୍ ୧୨ ମଧ୍ୟରେ ରହିବେ, ସେମାନଙ୍କୁ ନେଇ ବିଶ୍ୱ ଚାମ୍ପିୟନଶିପର ଫାଇନାଲ ଖେଳାଯିବ। ନୀରଜ ଗ୍ରୁପ ଏରେ ଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ ଗ୍ରେନେଡାର ଆଣ୍ତେରସନ ପିଟରର୍ସ ଓ ଅନ୍ୟତମ ଭାରତୀୟ ଖେଳାଳି ରୋହିତ ଯାଦବ ଗ୍ରୁପ ବିରେ ରହିଛନ୍ତି।
ନୀରଜଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୯.୯୪ ମିଟର। ୨୦୧୭ ଲଣ୍ଡନ ବିଶ୍ୱ ଚାମ୍ପିୟନଶିପରେ ନୀରଜ ଫାଇନାଲରେ ପ୍ରବେଶ କରିବେ ବୋଲି ବହୁତ ଆଶା ରଖିଥିଲେ। ହେଲେ ସେ କେବଳ ୮୨.୨୬ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିବାକୁ ସକ୍ଷମ ହୋଇଥିଲେ। ଯୋଗ୍ୟତା ଅର୍ଜନ ପାଇଁ ଧାର୍ଯ୍ୟ ୮୩ ମିଟର ଅତିକ୍ରମ କରିପାରି ନଥିବାରୁ ସେ ଫାଇନାଲରେ ପ୍ରବେଶ କରି ପାରି ନଥିଲେ। ସେହିପରି ଆହତ କାରଣରୁ ସେ ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇ ନଥିଲେ।
