ମେ ପହିଲାରେ ଭୁବନେଶ୍ବରରେ ପ୍ରଥମ ରାଜ୍ୟସ୍ତରୀୟ ଟାଇବକ୍ସ ପ୍ରତିଯୋଗିତା
ଭୁବନେଶ୍ବର: ଭୁବନେଶ୍ବରରେ ହେବାକୁ ଯାଉଛି ପ୍ରଥମ ରାଜ୍ୟସ୍ତରୀୟ ଟାଇବକ୍ସ ପ୍ରତିଯୋଗିତା। ସ୍ଥାନୀୟ ବୁଦ୍ଧେଶ୍ୱରୀ କଲୋନୀ କମ୍ପ୍ଲେକ୍ସ ସେଣ୍ଟରଠାରେ ଏହି ପ୍ରତିଯୋଗିତା ଆସନ୍ତା ମେ’ ମାସ ୧ ତାରିଖ ଦିନ ଆୟୋଜିତ ହେବ। ଏଥିରେ ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରାୟ ୩୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେବାପଇଁ ସହମତି ଜଣାଇଛନ୍ତି।
ଟାଇବକ୍ସ ଏକ ସାମରିକ କ୍ରୀଡ଼ା ହୋଇଥିବାରୁ ଏଥିପ୍ରତି ଖେଳାଳିମାନଙ୍କର ଆଗ୍ରହ ପରିଲକ୍ଷିତ ହୋଇଛି। ଏହି ଖେଳର ଜାତୀୟ ସ୍ତରର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଅବସ୍ଥିତ। ଭାରତର ଅନ୍ତର୍ଜାତୀୟ କିକ୍ବକ୍ସର ବିଭୂତି ଭୂଷଣ ବେହେରା ସଂଘର ସଭାପତି ଏବଂ ପ୍ରକାଶ ବେହେରା କାର୍ଯ୍ୟକାରୀ ସଂପାଦକ ରହିଛନ୍ତି। ପ୍ରତିଯୋଗିତାରେ ଓଡିଶାର ସୁନାମଧନ୍ୟ ହକି ତାରକା ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଦିଲିପ ତିର୍କି ଅତିଥି ଭାବେ ଯୋଗଦେବା ପାଇଁ ସହମତି ପ୍ରଦାନ କରିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
