ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ୨୩ଟି ସ୍ଥାନରେ ନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା
ଭୁବନେଶ୍ୱର : ପଞ୍ଚାୟତ ନିର୍ବାନର ପ୍ରଥମ ପ୍ରର୍ଯ୍ୟାୟ ମତଦାନ ଶେଷ ହୋଇଛି । ସକାଳ ୭ଟାରୁ ଏହି ମତ ଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧ଟାରେ ଶେଷ ହୋଇଛି । ତେବେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ୨୩ଟି ସ୍ଥାନରେ ନିର୍ବାଚନ ବନ୍ଦ ରହିଛି ।
ଗୋଟିଏ ଜିଲା ପରିଷଦ, ୬ଟି ସରପଞ୍ଚ ପଦବୀ ପାଇଁ ନିର୍ବାଚନ ବନ୍ଦ ରହିଛି । ସେହିପରି ୩ଟି ପଞ୍ଚାୟତ ସମିତି ସଭ୍ୟ, ୧୩ଟି ୱାର୍ଡମେମ୍ବର ପଦବୀରେ ନିର୍ବାଚନ ବନ୍ଦ ରହିଛି । ତେବେ ୨୩ଟି ସ୍ଥାନରେ ନିର୍ବାଚନ ବନ୍ଦ ନେଇ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ସେହିପରି ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଏନେଇ ନିର୍ବାଚନ କମିଶନ ସଚିବ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ତେବେ ୩୦ଟି ଜିଲାର ୭୧ ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଛି । ସବୁଠି ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ । ସୂଚନା ଯେ, ୩୦ଟି ଜିଲାର ୧ ହଜାର ୬୬୯ ଗ୍ରାମପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି । ଯେଉଥିରେ ପ୍ରାୟ ୬୮ ଲକ୍ଷ ଲୋକ ଭୋଟ ଦେବେ । ୨ ଶହ ଜିଲାପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ କୋଭିଡ କଟକଣା ଭିତରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ଗୋଟାଏ ଯାଏଁ ମାତଦାନ ଚାଲିଥିଲା ।
