ଭାରତୀୟ କ୍ରିକେଟ୍ ଇତିହାସରେ ପ୍ରଥମ, ସମସ୍ତ ଫର୍ମାଟରେ ନମ୍ବର-୧
ଦୁବାଇ: କ୍ରିକେଟର ସମସ୍ତ ୩ ଫର୍ମାଟରେ ଏବେ ଟିମ୍ ଇଣ୍ଡିଆର ରାଜୁତି । ଭାରତ ତିନୋଟି ଯାକ ଫର୍ମାଟରେ ଏକ ନମ୍ବର ଦଳ ହୋଇଛି। ଦକ୍ଷିଣ ଆଫ୍ରିକା ପରେ ବିଶ୍ୱର ଦ୍ୱିତୀୟ ଦଳ ଭାବେ ଭାରତ ଏଭଳି ବିରଳ କୀର୍ତ୍ତିମାନ ହାସଲ କରିଛି । ବୁଧବାର ପ୍ରକାଶିତ ସଦ୍ୟତମ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛି । ଭାରତୀୟ ଦଳ ପୂର୍ବରୁ ଦିନିକିଆ ଏବଂ ଟି-୨୦ ରେ ମଧ୍ୟ ଶୀର୍ଷ ସ୍ଥାନରେ ରହିଛି ।
ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତର ଏବେ ୧୧୫ ପଏଣ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଟେଷ୍ଟ ର଼୍ୟାଙ୍କିଙ୍ଗରେ ନମ୍ବର-୧ ସ୍ଥାନ ବଜାୟ ରଖିବାକୁ ହେଲେ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜକୁ ୨-୦ କିମ୍ବା ତା’ଠାରୁ ଅଧିକ ବ୍ୟବଧାନରେ ଜିତିବାକୁ ପଡ଼ିବ। ଏକଦିବସୀୟ ମାନ୍ୟତାରେ ମଧ୍ୟ ଭାରତ, ଅଷ୍ଟ୍ରେଲିଆଠାରୁ ଦୁଇ ପଏଣ୍ଟ ଆଗରେ ରହିଛି। ଭାରତରେ ୧୧୪ ପଏଣ୍ଟ ଥିବାବେଳେ ଅଷ୍ଟ୍ରେଲିଆରେ ୧୧୨ ପଏଣ୍ଟ ରହିଛି। ସେହିପରି ଟି-୨୦ ର଼୍ୟାଙ୍କିଙ୍ଗରେ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନ ବଜାୟ ରଖିଛି । ଦ୍ବିତୀୟ ସ୍ଥାନରେ ରହିଥିବା ଇଂଲଣ୍ଡ ଠାରୁ ଭାରତ ୧ ପଏଣ୍ଟ ଆଗରେ ରହିଛି ।

ବୁଧବାର ଆଇସିସି ପକ୍ଷରୁ ରାଙ୍କିଂ ତାଲିକା ପ୍ରକାଶ କରାଯାଇଛି । ନାଗପୁର ଟେଷ୍ଟ ଶେଷ ହେବା ପରେ ପ୍ରକାଶ ପାଇଛି ରାଙ୍କିଂ ତାଲିକା । ତେବେ ଟେଷ୍ଟ ରାଙ୍କିଂରେ ୧୧୫ ପଏଣ୍ଟ ପାଇ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି । ସେହିପରି ଟି-୨୦ ଏବଂ ଦିନିକିଆ ଫର୍ମାଟରେ ବି ନମ୍ବର ୧ରେ ରହିଛି ଟିମ୍ ଇଣ୍ଡିଆ । ଦିନିକିଆରେ ୧୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟରେ ୨ୟ ସ୍ଥାନରେ ରହିଛି । ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆ ୨୬୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୨୬୬ ପଏଣ୍ଟ ରଖି ୨ୟ ସ୍ଥାନରେ ରହିଛି ।
ଭାରତୀୟ କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଘଟଣା । ପୁରୁଷ ଟିମ୍ ଏକାସାଙ୍ଗେ ୩ଟି ଫର୍ମାଟରେ ନମ୍ବର-୧ ହୋଇଛି । ଭାରତୀୟ ଟିମ୍ ଟି-୨୦ ଏବଂ ଦିନିକିଆ ଫର୍ମାଟରେ ପୂର୍ବରୁ ହିଁ ନମ୍ବର-୧ ରହିଥିଲା । ଆଉ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ବର୍ଡର-ଗାଭାସ୍କର ସିରିଜ୍ର ପ୍ରଥମ ମ୍ୟାଚ୍ ଜିତିସାରିଛି ଟିମ୍ ଇଣ୍ଡିଆ । ଏହି ସିରିଜ୍ ପୂର୍ବରୁ ୨ୟ ସ୍ଥାନରେ ଥିବା ଟିମ୍ ଇଣ୍ଡିଆ ନାଗପୁର ଟେଷ୍ଟ ଜିତି ନମ୍ବର-୧ ସ୍ଥାନକୁ ଆସିଯାଇଛି ।
