ଦିଲ୍ଲୀରେ ଜୁନ୍ ୨୫ ଠାରୁ ପ୍ରଥମ ସର୍ବାଧିକ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କୋଭିଡ-୧୯ ର ୧୦୭ ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଯାହା ଜୁନ୍ ୨୫ ଠାରୁ ସର୍ବାଧିକ ଦିନିକିଆ ସଂକ୍ରମଣ ରେକର୍ଡ ବୋଲି କହିଛି ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ତାର ବୁଲେଟିନରେ ସୂଚନା ଦେଇଛି ।
ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, ଆଜି ଦିନର ପିଜିଟିଭିଟି ହାର ୦.୧୭ ପ୍ରତିଶତ ରହିଛି, ଯାହା ଜୁନ୍ ୨୫ ତାରିଖ ଠାରୁ ସର୍ବାଧିକ । ସେହିପରି ଆଜି ଦିନରେ ଗୋଟିଏ କୋଭିଡଜନିତ ମୃତ୍ୟୁ ମଧ୍ୟ ରେକର୍ଡ କରାଯାଇଛି । ଆଜିର ସଂଖ୍ୟାକୁ ମିଶାଇ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୨୫,୧୦୧ ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ କୋଭିଡ ମୃତ୍ୟୁହାର ୧.୭୪ ପ୍ରତିଶତ ରହିଥିବା ବୁଲେଟିନରେ ଦର୍ଶାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୧,୯୦୫ ସନ୍ଦିଗ୍ଧଙ୍କ ପରୀକ୍ଷା କରାଯାଇଥିଲାବେଳେ ପଜିଟିଭିଟି ହାର ମାତ୍ର ୦.୧୭ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ବିଭାଗ ।
ଚଳିତ ବର୍ଷ ଜୁନ୍ ୨୫ରେ ସମୁଦାୟ ୧୧୫ ସଂକ୍ରମଣ ରେକର୍ଡ କରାଯାଇଥିଲା ଏବଂ ୦.୧୯ ପ୍ରତିଶତ ପଜିଟିଭିଟି ହାର ରିପୋର୍ଟ କରାଯାଇଥିଲା। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୦ ରୋଗୀ ସୁସ୍ଥ ହୋଇଥିବାବେଳେ ମୋଟ ସୁସ୍ଥ ସଂଖ୍ୟା ୧୪,୧୬,୫୫୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୨୩,୭୧୯ଙ୍କୁ ଟୀକାକରଣ କରାଯାଇଥିବା ବୁଲେଟିରେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ।
