କେନ୍ଦୁଝର ଡେଲି ମାର୍କେଟରେ ଅଗ୍ନିକାଣ୍ତ, ଜଳିଗଲା ୩୦ରୁ ଅଧିକ ଦୋକାନ
କେନ୍ଦୁଝର : କେନ୍ଦୁଝର ସହର ଡେଲି ମାର୍କେଟରେ ଆଜି ସକାଳୁ ଅଗ୍ନିକାଣ୍ତ ସୃଷ୍ଟି ହୋଇଛି। ସର୍ଟ ସର୍କିଟରୁ ଅଗ୍ନି ସଂଯୋଗ ହୋଇଥିବା ସନ୍ଦେହ କରାଯାଉଛି। ନିଆଁ ଲାଗି ବଜାର ଭିତରେ ଥିବା ୩୦ରୁ ଅଧିକ ଖୁଚୁରା ଦୋକାନ ଜଳି ଯାଇଥିଵା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି। ଏତେ ମାତ୍ରା ରେ ନିଆଁ ପ୍ରଭାବିତ ହୋଇଥିଲା ଯେ ଦୁଇଟି ଅଗ୍ନିଶମ ବାହିନୀ ଗାଡି ଆୟତ୍ତ ରୋକିବାକୁ ପ୍ରଚେଷ୍ଟା ଜାରି ରହିଥିଵାବେଳେ ସାଧାରଣଲୋକେ ବାଲତି ଓ ଗରାରେ ପାଣି ସଂଗ୍ରହ କରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।
ଅଗ୍ନିଶମ ବିଭାଗରର ପାଣିରେ ନିଆଁ ନ ଲିଭିବା ଫଳରେ ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ପାଣିଟାଙ୍କି ମାଧ୍ୟମାରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା। ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହିତ ଅତ୍ୟାଧିକ ସାଧାରଣ ଦେଖଣାହାରୀଙ୍କ ଭିଡ ଜମିଥିବାରୁ ବ୍ୟାଘାତ ସୃଷ୍ଟି ହେଉଥିଲା। କେନ୍ଦୁଝର ପୋଲିସ ବିଭାଗର ଏସଡିପିଓଙ୍କ ଉପସ୍ଥିତିରେ ପୋଲିସ ତଥା ସମସ୍ତ ସହଯୋଗରେ ନିଆଁକୁ ଆୟତ୍ତ କରିବା ପାଇଁ ଜରଦାର ପ୍ରୟାସ ଜାରି ରହିଛି। ତେବେ ଦୀର୍ଘ ୪ଘଣ୍ଟା ପର୍ଯ୍ୟନ୍ତ ବିତିଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ନିଆଁ ଲିଭିନଥିବା ଦେଖିଵାକୁ ମିଳିଛି। ନିଆଁ ଲିଭାଇବା କାର୍ଯ୍ୟ ସରିବା ପରେ ନିଆଁ କିପରି ଲାଗିଲା ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ।
