ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ରୁମରେ ନିଆଁ, କାରଣ ଅସ୍ପଷ୍ଟ
ନୂଆଦିଲ୍ଲୀ: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିବା ପରେ ସେଠାରେ ଥିବା ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀର ୮ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ଏଣ୍ଡୋସ୍କୋପି ବିଭାଗର ପଛପାଖରେ ଜରୁରୀକାଳୀନ ବିଭାଗ ରହିଛି। ଏହା ପାଖରେ ଓପିଡି ମଧ୍ୟ ରହିଛି। ଏଥିପାଇଁ ନିଆଁ ବ୍ୟାପିଯିବାର ଆଶଙ୍କା ଥିବାରୁ ରୋଗୀମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏବେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ନିଆଁ ସକାଳ ୧୧.୫୫ ମିନିଟରେ ଲାଗିଥିବା ସୂଚନା । ତେବେ ଘଟଣା ସ୍ଥଳରେ କେହି ହତାହତ ହୋଇନଥିବା ସୂଚନା ମିଳିଛି । ପରିସ୍ଥିତିର ସମୀକ୍ଷା କରିବା ଲାଗି ‘ଏମ୍ସ୍’ର ନିର୍ଦେଶକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସୂଚନା ଅନୁଯାୟୀ, ଏମ୍ସର ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଯାଇଛି। ନିଆଁକୁ ଲିଭାଇବା କାର୍ଯ୍ୟରେ ୮ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି । ଘଟଣାସ୍ଥଳରୁ ମିଳିଥିବା ଫଟୋ ଏବଂ ଭିଡ଼ିଓରେ ଏମ୍ସ ବିଲ୍ଡିଂରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି | ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ଏଯାବତ୍ କୌଣସି ସୂଚନା ମିଳିପାରି ନାହିଁ।
