ଓଟିଟି ପ୍ଲାଟଫର୍ମ ଜି-୫ରେ ମୁକ୍ତିଲାଭ କରିବ ଫିଲ୍ମ ‘ଆରଆରଆର’
ମୁମ୍ବାଇ: ଏସ୍ ରାଜାମୌଲି ନିର୍ଦ୍ଧେଶିତ ଫିଲ୍ମ ‘ଆରଆରଆର’ ହଲ୍ ରେ ଧମାଲ୍ କରିବା ପରେ ଏବେ ଓଟିଟିରେ ରେକର୍ଡ କରିବା ପାଇଁ ପ୍ରସ୍ତୁତ ହୋଇଛି । ବ୍ଲକବଷ୍ଟର ଫିଲ୍ମ ‘ଆରଆରଆର’ ଓଟିଟି ପ୍ଲାଟଫର୍ମ ଜି-୫ ରେ ମୁକ୍ତିଲାଭ କରିବ । ଏହାର ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏହା ବ୍ୟତୀତ ଫିଲ୍ମର ନୂଆ ଟ୍ରେଲର ମଧ୍ୟ ରିଲିଜ୍ ହୋଇଛି । ଏହି ଓଟିଟି ପ୍ଲାଟଫର୍ମ ତା ଟ୍ୱିଟର ଆକାଉଣ୍ଟରେ ଫିଲ୍ମର ନୂଆ ଟ୍ରେଲର ରିଲିଜ୍ କରିଛି ।
ଫିଲ୍ମ ‘ଆରଆରଆର’ ଜି-୫ରେ ମେ’ ୨୦ ରେ ମୁକ୍ତିଲାଭ କରିବ। ଟ୍ରେଲରକୁ ସେୟାର୍ କରାଯାଇଥିବା ବେଳେ ଲେଖା ହୋଇଛି-‘ଅଗ୍ନି ଏବଂ ପାଣି ଏକା ସହ ସିଧାସଳଖ ଆପଣଙ୍କ ଘରକୁ ଆସୁଛି’। ଜି-୫ ରେ ଫିଲ୍ମଟି କେବଳ ତେଲୁଗୁ-ତାମିଲ ଭାଷାରେ ମୁକ୍ତିଲାଭ କରୁଛି । ଖବର ଅନୁଯାୟୀ, ଫିଲ୍ମ ନେଟଫ୍ଲିକ୍ସରେ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ଫିଲ୍ମ ‘ଆଆରଆର’ ମାର୍ଚ୍ଚ ୨୫ରେ ବଡ ପରଦାରେ ମୁକ୍ତିଲାଭ କରିଥିଲା । ସାରା ବିଶ୍ୱରେ ପ୍ରାୟତଃ ୧,୧୨୭ କୋଟି ଟଙ୍କା କଲେକସନ୍ କରିଥିଲା । ଏହା ସହିତ ଏହା ଚତୁର୍ଥ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ରରେ ସ୍ଥାନ ପାଇଛି।
