ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧପୋତ ‘ବାଗିର’
ନୂଆଦିଲ୍ଲୀ : ବଢ଼ିଲା ଭାରତୀୟ ନୌସେନାର ଶକ୍ତି। ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧପୋତ ‘ବାଗିର’ । ସମାରୋହରେ ମୁଖ୍ୟ ଅତିଥି ଭାବେ ନୌସେନା ମୁଖ୍ୟ ଆଡମିରାଲ ଆର. ହରି କୁମାର ପଞ୍ଚମ କଳାବରୀ ଶ୍ରେଣୀର ବୁଡ଼ାଜାହାଜ ‘ବାଗିର’କୁ ଶୁଭାରମ୍ଭ କରିଛନ୍ତି ।
‘ବାଗିର’ ସମୁଦ୍ରରେ ଘଣ୍ଟା ପ୍ରତି ୩୭ କିଲୋମିଟର ବେଗରେ ଚାଲିପାରିବ । ଏହି ବୁଡ଼ାଜାହାଜ ସମୁଦ୍ର ପୃଷ୍ଠରେ ଏକାବେଳେ ୧୨ ହଜାର କିଲୋମିଟର ଦୂରତା ଯାତ୍ରା କରିପାରିବ । ‘ବାଗିର’ ସମୁଦ୍ରରେ ସର୍ବାଧିକ ୩୫୦ ମିଟର ଗଭୀରତାକୁ ଯାଇ ୫୦ ଦିନ ପର୍ଯ୍ୟନ୍ତ ନିରନ୍ତର ସମୁଦ୍ର ତଳେ ରହିପାରିବ । ତେବେ ଏହି ବୁଡ଼ାଜାହାଜର ଲମ୍ଵ ପ୍ରାୟ ୨୨୧ ଫୁଟ ରହିଥିବା ବେଳେ ଏହାର ବିମ୍ ୨୦ ଫୁଟ୍ ଏବଂ ଉଚ୍ଚତା ୪୦ ଫୁଟ୍ ରହିଛି। ସେଗୁଡ଼ିକ ୪ ଏମଟିୟୁ ୧୨ଭି ୩୯୬ ଏସଇ୮୪ ଡିଜେଲ ଇଞ୍ଜିନ ଦ୍ଵାରା ଚାଳିତ। ଏହା ବ୍ୟତୀତ ‘ବାଗିରରେ ୩୬୦ଟି ବ୍ୟାଟେରୀ ସେଲ ଅଛି। ସମୁଦ୍ରରେ ଏହା ଘଣ୍ଟା ପ୍ରତି ୩୭ କିଲୋମିଟର ବେଗରେ ଗତି କରିଥାଏ। ଏଥିରେ ୮ଜଣ ସାମରିକ ଅଧିକାରୀ ଏବଂ ୩୫ ନାବିକ ନିୟୋଜିତ ହୋଇପାରିବେ।
ଆଇଏନଏସ୍ ‘ବାଗିର’ରୁ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରାଯାଇଛି । ଏହି ବୁଡ଼ାଜାହାଜର ବିଶେଷତ୍ୱ ହେଉଛି ଏହି ବୁଡ଼ାଜାହାଜକୁ ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ, ଗୁପ୍ତଚର ସଂଗ୍ରହ, ସମୁଦ୍ରରେ ଲ୍ୟାଣ୍ଡମାଇନ୍ ଲଗାଇବା ଏବଂ ତଦାରଖ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ଏହା ସମୁଦ୍ର ଜଳ ଉଭୟ ଉପକୂଳ ଏବଂ ସମୁଦ୍ରର ମଧ୍ୟଭାଗରେ ନିୟୋଜିତ ହୋଇପାରିବ । ଏହି ବୁଡ଼ାଜାହାଜର ପରୀକ୍ଷା କରାଯାଇ ସାରିଛି ।
