ଚନ୍ଦ୍ରଭାଗା ଉତ୍ସବର ପଞ୍ଚମ ସନ୍ଧ୍ୟା, ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ଚାଲିଥିବା ୩୩ ବର୍ଷର ଚନ୍ଦ୍ରଭାଗା ମହୋତ୍ସବର ୫ମ ସନ୍ଧ୍ୟାରେ ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡା ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୌରପାଳିକା ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, ବରିଷ୍ଠ ପୌର ସଦସ୍ୟ ପଦ୍ମଲୋଚନ ଲେଙ୍କା, ପୌର ସଦସ୍ୟା ମୀନା ମହାନ୍ତି, ପୂର୍ବତନ ପୌର ସଦସ୍ୟ ବିଶ୍ୱଜିତ ମହାପାତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଡ. ଦିଲ୍ଲୀପ ରଥ ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ୱାଗତ ଭାଷଣ ରଖିଥିଲେ ଚନ୍ଦ୍ରଭାଗାର ପ୍ରତିଷ୍ଠାତା କବି ଶ୍ରୀଦେବ । ଶେଷରେ ଅବନୀ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଚିତ୍ରଶିଳ୍ପୀ ମରୁତ ରାଉତ, କେଶୁ ଦାସ, ତାପସ ପଣ୍ଡା, ପ୍ରତାପ ସିଂହ, ପ୍ରତାପ ରାଉତ, ପୂର୍ଣ୍ଣେନ୍ଦୁ ପ୍ରକାଶ ପତି, ଅରୁଣ ବାରିକ, ଦେବାଶିଷ ପତି, ରୂପକ ଦାସ, ଭବାନୀ ଦାସଙ୍କ ସହଯୋଗରେ ସ୍ୱର୍ଗତ ଅଶୋକ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଚିତ୍ର କର୍ମଶାଳା ଅନୁଷ୍ଠିତ ହୋଇଥିଲା । ପଞ୍ଚମ ସନ୍ଧ୍ୟାରେ ନୃତ୍ୟାଶ୍ରୟୀ ରୋନାଲିସା ପଣ୍ଡା, ଅରୁଣାଂଶୁ ପାଣିଗ୍ରାହୀ ଏବଂ ଏସ୍ କେ ରାଜାଙ୍କ ସହଯୋଗିତାରେ ବେବି ସୋ, ଚନ୍ଦ୍ରଭାଗା ଆଇକନ୍ ଏବଂ ମିସେସ୍ ଚନ୍ଦ୍ରଭାଗା ଆଇକନ୍ ପ୍ରତିଯୋଗିତା ଏବଂ ପୁରଷ୍କାର ବିତରଣ କରାଯାଇଥିଲା । ଶୋଭାରାମପୁର ବାଲେଶ୍ୱର ଜୁନିୟର କଲେଜ ସୌଜନ୍ୟତାରେ ନାଟ୍ୟକାର ଏବଂ ନିର୍ଦ୍ଦେଶକ ସୌମ୍ୟରଂଜନ ପ୍ରଧାନଙ୍କ ନାଟକ ‘ବାଲ୍ମକୀ’ ପରିବେଶିତ ହୋଇଥିଲା । ରମେଶ ମଲ୍ଲିକ, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ଅଜୟ କୁମାର ପାତ୍ର, ଗୋପୀନାଥ ପାଣିଗ୍ରାହୀ, ଅମ୍ବିକା ଶତପଥୀ, ରୀନା ପାତ୍ର, ଜ୍ୟୋତିର୍ମୟୀ ଶତପଥୀ ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
