ଫିଫା ବିଶ୍ୱକପ ୨୦୨୨ ଖେଳାଳିଙ୍କ ଉପରେ ମାଡ଼ି ଆସୁଛି ବିପଦ! କାତାରକୁ ସତର୍କ କଲା ଡବ୍ଲୁଏଚଓ
ଦୋହା : ବିଶ୍ୱର ଲୋକପ୍ରିୟ କ୍ରୀଡା ମଧ୍ୟରେ ଫୁଟବଲ ଅନ୍ୟତମ। ବର୍ତ୍ତମାନ ମଧ୍ୟପାଶ୍ଚ୍ୟର କାତାରରେ ଫିଫା ବିଶ୍ୱକପ ଆୟୋଜନ କରାଯାଉଛି। ଏଥିପାଇଁ ସାରା ବିଶ୍ୱର ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କାତାର ଗସ୍ତ କରିଛନ୍ତି। ଏହି ସମୟରେ ସେମାନଙ୍କ ଉପରେ ବିପଦ ମାଡି ଆସୁଛି। କେବଳ ବିଦେଶୀ ଖେଳାଳି କି ଫ୍ୟାନ୍ସ ନୁହଁ, ସ୍ଥାନୀୟ ଲୋକମାନେ ମଧ୍ୟ ସଙ୍କଟରେ ପଡିବାକୁ ଯାଉଛନ୍ତି। ଯହାକୁ ନେଇ କାତାରକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଗୁଆ ସତର୍କ କରିଛି।
କୋରୋନା ପରଠାରୁ ଫୁଟବଲ ମହାକୁମ୍ଭ ଫିଫା ବିଶ୍ୱକପ ୨୦୨୨ ହିଁ ଏକ ବଡ ଇଭେଣ୍ଟ, ଯାହାକୁ ବଡ ଆଡମ୍ବର ଓ ବିଶାଳକାୟ ଭାବେ ଆୟୋଜନ କରାଯାଇଛି। କାତାରରେ ଆୟୋଜିତ ବିଶ୍ୱକପରେ ୩୨ଟି ଦେଶର ଖେଳାଳିମାନେ ଭାଗ ନେଇଛନ୍ତି। ଏହି ଖେଳ ଦେଖିବାକୁ ଲକ୍ଷ ଲକ୍ଷ ଫୁଟବଲ ଫ୍ୟାନ୍ସମାନେ କାତାର ଗସ୍ତ କରିଛନ୍ତି। କିନ୍ତୁ ଫିଫା ବିଶ୍ୱକପ ୨୦୨୨କୁ ଡବ୍ଲୁଏଚଓର ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।
ଡବ୍ଲୁଏଚଓ ଆଶଙ୍କା ପ୍ରକାଶ କରିଛି ଯେ, ଫିଫା ବିଶ୍ୱକପ ୨୦୨୨ ବେଳେ ମଙ୍କିଫକ୍ସ, କୋରୋନା ଭାଇରସ, ମରାତ୍ମକ କେମେଲ ଫ୍ଲୁ ଓ ଏମଇଏସ ରୋଗ ବ୍ୟାପିବାର ସମ୍ଭାବନା ରହିଛି। ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଫୁଟବଲ ବିଶ୍ୱକପ ବେଳେ କାତାରରେ ଅନେକ ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ରହିଛି। କେବଳ ଫୁଟବଲ ଖେଳାଳି, ଫ୍ୟାନ୍ସ କିମ୍ବା ବାହାର ଲୋକ ନୁହଁ, ବରଂ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଏଥିରେ ପ୍ରଭାବିତ ହେବାର ସମ୍ଭାବନା ରହିଛି।
ବିଶେଷଜ୍ଞଙ୍କ ଅନୁସାରେ, ଜନ ଗହଳି ଯୋଗୁଁ କାତାରରେ ମଙ୍କିଫକ୍ସ, କୋରୋନା ଭାଇରସ, ମରାତ୍ମକ କେମେଲ ଫ୍ଲୁ ବ୍ୟତୀତ ମ୍ୟାଲେରିଆ, ଡେଙ୍ଗୁ, ହେପାଟିଟିସ ଏ ଓ ବି, ଡାଇରିଆ, କୁଟାନେଉସ ଲେଇସମାନିଆସୀସ, ରାବିଶ, ମିଶଲେସ ଭଳି ରୋଗ ମଧ୍ୟ ବ୍ୟାପିପାରେ। ନିକଟରେ ଏମଇଏସ ଭୂତାଣୁକୁ ଚିହ୍ନଟ କରାଯାଇଛି। ଏହି ଭୂତାଣୁ ବିଶ୍ୱରେ ଆଉ ଏକ ମହାମାରୀ ଆଣିପାରେ। ବର୍ତ୍ତମାନ ୧୨ ଲକ୍ଷ ବିଦେଶ କାତାର ଗସ୍ତ କରିଥିବାବେଳେ କେବଳ ଉପସାଗରୀୟ ଦେଶରେ ୨୮ ଲକ୍ଷ ଲୋକ ବସବାସ କରନ୍ତି। ତେଣୁ ଏହି ସବୁ ରୋଗ ସହଜରେ ବ୍ୟାପିପାରେ।
ଅନ୍ୟପଟେ ବିଶ୍ୱକପ ଆୟୋଜନ ପୂର୍ବରୁ କାତାର ତାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛି। ନିୟମିତ ଭାବେ ସ୍ଥିତି ତଦାରଖ କରାଯିବା ସହ ବିଶେଷ କରି ବାହରୁ ଆସୁଥିବା ଲୋକ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଉଛି। ବିଶ୍ୱକପ ପାଇଁ ଆସିଥିଲା ଲୋକଙ୍କ ଟିକାକରଣ ଓ ଖାଦ୍ୟ ପେୟ ଉପରେ ଧ୍ୟାନ ଦିଆଯାଉଛି। ଏପରି ସେମାନଙ୍କୁ ଓଟକୁ ଛୁଇଁବା ପାଇଁ ମନା କରାଯାଇଛି। ବ୍ରିଟେନର ଆଇଏଫଏଲ୍ ସାଇନ୍ସ ଅନୁସାରେ, ୨୦୧୨ ମସିହାରେ ପ୍ରଥମ ଏମଇଏସ ମାମଲା ଚିହ୍ନଟ ହୋଇଥିଲା। ବିଶ୍ୱର ୨୭ଟି ଦେଶରେ ଏହି ରୋଗ ବ୍ୟପିଥିବାବେଳେ ମୋଟ ୨୬୦୦ଟି ମାମଲା ମଧ୍ୟରେ ୯୩୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଅଧିକାଂଶ ଏମଇଏସ ମାମଲାରେ କୌଣସି ଲକ୍ଷଣ ଦେଖାଯାଇନଥିଲା।
